logo

ମାଧପୁର ଖେଳ ପଡିଆ ର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବିକଲା କ୍ରୀଡା ସଂସଦ



ମାଧପୁର: ସୋମବାର ସମ୍ବଲପୁରର ନବ ନିର୍ବାଚିତ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସଂଗଠନ ପକ୍ଷରୁ କିଶୋରନଗର ର ଧଉରାପାଲି କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସର ରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଅନୁଗୋଳ ଜିଲ୍ଲା ର ଅନ୍ୟତମ ପ୍ରମୁଖ ଖେଳ ପଡିଆ, ଆଠମଲ୍ଲିକ ବ୍ଲକ ଅଧୀନ ମାଧପୁର ପଡିଆ ର ଉନ୍ନତି ନିମନ୍ତେ ମାଧପୁର କ୍ରୀଡା ସଂସଦ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ କି ଏହି ପଡ଼ିଆଟି ଅନୁଗୋଳ ଜିଲ୍ଲା ତଥା ଆଠମଲ୍ଲିକ ଉପଖଣ୍ଡର ଏକ ସମତୁଲ ତଥା ଓ ସୁନ୍ଦର ପଡ଼ିଆ ଭାବରେ ଖ୍ୟାତ, କିନ୍ତୁ ସମୟ ରେ କ୍ରମରେ ନିକଟସ୍ଥ ମନଜୋର୍ ସେଚ ପ୍ରକଳ୍ପ ର ଦୁଇଟି ଚିରସ୍ରୋତା କେନାଲ ପଡ଼ିଆ ର ପୂର୍ବ ଏବଂ ପଶ୍ଚିମ ଦିଗରେ ବହୁ ଥିବାରୁ ପଡ଼ିଆ ରେ ବର୍ଷର ପ୍ରାୟ ଆଠ ମାସ ପାଣି ଜମି ରହୁଛି । ଯାହା ଫଳରେ ପଡିଆଟି ଆଉ ଖେଳ ଉପଯୋଗୀ ହେଇପାରୁ ନାହିଁ , ଅନା ବନା ଘାସ ରେ ପରିପୂର୍ଣ୍ଣ ହୋଇ ପଡ଼ିଆ ଟି ତାର ପୂର୍ବ ଗୌରବ ହରେଇବା ଅବସ୍ଥାରେ । ବିଭିନ୍ନ ସମୟରେ ବହୁ ନେତା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯକ୍ରମ ହୋଇଥିଲେ ମଧ୍ୟ ଆଖି ଦୃଷିୟା କାର୍ଯ ହୋଇପାରିନି । ଏହାକୁ ଦୃଷ୍ଟିରେ ରଖି ପଡ଼ିଆରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ , କାର୍ଯ୍ୟକ୍ରମ ପାଈଁ ଗୋଟିଏ ମଣ୍ଡପ, ଖେଳ ସାମଗ୍ରୀ ରଖିବା ପାଇଁ ଗୋଟିଏ ଘର ଏବଂ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଙ୍କୁ କ୍ରୀଡା ସଂସଦ ପକ୍ଷରୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ସମୟରେ ସଂସଦ ର ସମ୍ପାଦକ ବିମଳ ଷଣ୍ଢ, ଉପସଭାପତି ଧନଞ୍ଜୟ ସେଠୀ, କୋଷାଧ୍ୟକ୍ଷ ଅମ୍ବିକା ଦେହୁରୀ, ପୁର୍ବତନ ସମ୍ପାଦକ ମନୋଜ କୁମାର ପ୍ରଧାନ, ଋତୁକାନ୍ତ ସାହୁ, ସମ୍ୟରଞ୍ଜନ ସାହୁ , ପରେଶ୍ ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ।

157
16085 views