logo

*ଗାଡି ଠକେଇରେ ଜଣେ ଗିରଫ, ୫ ଗାଡ଼ି ଉଦ୍ଧାର*


କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାମନଯୋଡି ଆଦର୍ଶ ଥାନା ରେ ଏକ ଠକେଇ ମାମଲାରେ ପୋଲିସ ଜନୈକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ନୃସିଂହ ଚରଣ ବେହେରା ନାମକ ବ୍ୟକ୍ତି ନିଜର ଏକ ବଡ଼ ଧରଣର ସଂସ୍ଥା ଥିବା ଏବଂ ସେଥିରେ ୪ ଚକିଆ ଯାନ ର ଆବଶ୍ୟକତା ରହିଥିବା କହି ସେମିଳିଗୁଡା ଏବଂ ଦାମନଯୋଡି ଅଂଚଳରୁ ମାସିକ ଭଡା ସୂତ୍ରରେ ବିଭିନ୍ନ ମାଲିକଙ୍କ ଠାରୁ ଚାରିଚକିଆ ଗାଡ଼ି ଆଣିଥିଲେ । ଉକ୍ତ ଗାଡି ଗୁଡିକ ଦୀର୍ଘଦିନ ଧରି ଚାଲୁ ରହିବ ଏବଂ ଭଡା ବାବଦରେ ମାସିକ ୨୫ ରୁ ୩୦ ହଜାର ଟଙ୍କା ଦେବା ପାଇଁ ଗାଡି ମାଲିକ ମାନଙ୍କ ସହ ଚୁକ୍ତି କରିଥିଲେ । ସେସବୁ ଗାଡି ଆଣିବା ପରେ ଅନ୍ୟ ବ୍ୟକ୍ତିଙ୍କୁ ୨ ରୁ ୩ ଲକ୍ଷ ଟଙ୍କାରେ ବନ୍ଧକ ଦେଇ ମୋଟା ଅଙ୍କର ରୋଜଗାର କରୁଥିଲେ । ଗାଡି ମାଲିକ ମାନଙ୍କୁ ମାସେ ଦୁଇମାସ ର ଚୁକ୍ତି ଭିତିକ ଭଡା ପୈଠ କରିବା ପରେ ପରବର୍ତୀ ସମୟରେ ସେ ଗାଡି ମାଲିକ ମାନଙ୍କ ଭଡା ଦେଇ ନଥିଲେ ଓ ଫୋନ୍ ମଧ୍ୟ ଉଠାଇ ନଥିଲେ । ଯାହା ଫଳରେ ଗାଡି ମାଲିକ ମାନଙ୍କ ମଧ୍ୟରେ ସନ୍ଧେହ ସୃଷ୍ଟି ହେଇଥିଲା ଓ ଏହାକୁ ନେଇ ମାଲିକ ମାନେ ଦାମନଯୋଡି ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଏହାକୁ ଗୁରୁତ୍ବର ସହ ଅନୁସନ୍ଧାନ କରି,ଜିପିଏସ ମାଧ୍ୟମରେ ଗାଡିର ସ୍ଥିତି ସମ୍ପର୍କରେ ଜାଣି ପାରିଥିଲେ। ଗାଡି ଗୁଡ଼ିକୁ ଜବତ କରିବାକୁ ଯିବାପରେ ଗାଡ଼ିଗୁଡିକ ବନ୍ଧକ ପଡିଥିବା ଜଣାପଡିଥିଲା । ଉକ୍ତ ଗାଡି ଗୁଡିକୁ ଥାନା କୁ ଅଣାଯିବା ସହ ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇ ଥିଲା । ମାଲିକ ମାନଙ୍କ ଏତଲାକୁ ଭିତ୍ତି କରି କେସ ନଂ - ୯୪/୨୪ ରୁଜୁ କରିବା ସହ ଅଭିଯୁକ୍ତ ନୃସିଂହ ଚରଣ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଉକ୍ତ ଗାଡ଼ିଗୁଡିକୁ ଗାଡି ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି ।

69
3857 views
1 comment  
  • Vishal Gokul magare

    नमस्कार shiv24 news में जुडने के लिए संपर्क करे व्हाटशॉप पर hi लिखकर 9327628202