*ଦାମନଯୋଡିରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ*
ଦାମନଯୋଡି,୨୬/୦୮: ସୋମବାର ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।ନାଲକୋ ଟାଉନସିପ ସେକ୍ଟର-୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ବୁଧବାର ସକାଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପରେ ମନ୍ଦିର ପରିସରରେ ଥିବା ଶ୍ରୀ ରାଧାକୃଷ୍ଣଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ସେହିପରି ସେକ୍ଟର ୩ମନ୍ଦିର,ମାଥାଲପୁଟ ସ୍ଥିତ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନା ସହିତ ଭୋଗଲାଗି କରିଥିଲେ।ମନ୍ଦିର ମାନଙ୍କରେ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥିଲା।ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣିତ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପାଠ କରାଯାଇଥିଲା।ଷୋଡଶ ଉପଚାର ପୂଜା,ହୋମ ଓ ଆଳତୀ ଆଦି ନୀତି ଅନୁଷ୍ଠିତ ହୋଇଥିଲା।ମଙ୍ଗଳବାର ନନ୍ଦୋତ୍ସବ ଅବସରରେ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ହରିବୋଲ,ହୁଳହୁଳି ଓ ସଙ୍କୀର୍ତ୍ତନ ମଧ୍ୟରେ ମନ୍ଦିର ପରିକ୍ରମା କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଏହି ଦିନକୁ ସମଗ୍ର ଭାରତ ବର୍ଷରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଧର୍ମର ରକ୍ଷା ପାଇଁ ତଥା ଅଧର୍ମର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପାଳନ କରାଯାଏ । ଅନ୍ୟ ପକ୍ଷରେ ମାଥାଲପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏହି ପରିପ୍ରେକ୍ଷିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁନି କୁନି ପିଲାମାନେ ରାଧାକୃଷ୍ଣ ବେଶରେ ସଜେଇ ହୋଇଥିବାର ଦେଖିବାକୁ ମିଳିଥିଲା । ଆସନ୍ତା କାଲି ନନ୍ଦୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।