logo

ଧରାକୋଟ ଅଞ୍ଚଳରେ ଅବକାରୀ ବିଭାଗ ର ଚଢାଉ, 2500 ଲିଟର ପୋଚ ନଷ୍ଟ ଦୁଇ ଗିରଫ

ଧରାକୋଟ ଅଞ୍ଚଳରେ ଅବକାରୀ ବିଭାଗ ର ଚଢାଉ, 2500 ଲିଟର ପୋଚ ନଷ୍ଟ ଦୁଇ ଗିରଫ
ଆସିକା:ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣ ମୃତ୍ୟୁ ମୁଖରେ ପଡ଼ିବା ପରେ ଏକ୍ସନ ମୁଡ କୁ ଆସିଛି ଅବକାରୀ ବିଭାଗ । ଧରାକୋଟ ବ୍ଲକର ରୁଗୁମୁ, ସାଇପୁର,ହରିପୁର ଓ ଚମ୍ପାପଲି ଗ୍ରାମରେ ଚୋରାରେ ମଦ ରନ୍ଧା ଯାଉ ଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ଅନୁସାରେ ଭଞ୍ଜନଗର,ସୋରଡ଼ା ଓ ଆସିକା ରେଞ୍ଜ ଅବକାରୀ କର୍ମଚାରୀ ମାନେ ଅବକାରୀ ନୀରିକ୍ଷକ ଡମ୍ବୁରୁଧର ହରିଜନ ଙ୍କ ନେତୃତ୍ୱରେ ରୁଗୁମୁ, ସାଇପୁର ଓ ହରିପୁର ଗ୍ରାମରେ ଏ ପି ଆର ଫୋର୍ସ ସହାୟତାରେ ଚଢାଉ କରି ପ୍ରାୟ ୨୫୦୦ ଲିଟର ଦେଶୀ ମଦ ପୋଚ ନଷ୍ଟ କରିଥିବା ବେଳେ ହରିପୁର ଗ୍ରାମରୁ ନବୀନ ସ୍ୱାଇଁ ଓ ପୁଷ୍ପ ନଗର ଗ୍ରାମରୁ ଲକ୍ଷ୍ମୀ ସେଠୀ ନାମକ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ମିଳିତ ଚଢ଼ାଉ ରେ ମାଜିଷ୍ଟ୍ରେଟ ଦାୟିତ୍ବରେ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁ ରହିଥିବା ବେଳେ,ବଡଗଡ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହ,ସବ ଇନ୍ସପେକ୍ଟର ରାକେଶ ଖୁଣ୍ଟିଆ,ଅଲିଭା ମାଝୀ, ଏ ଏସ ଆଇ ବାଲାଜୀ ରାଓ,ରବୀନ୍ଦ୍ର ନାଥ ବିଶ୍ଵାଳ,ନୀଳାମ୍ବର ନାୟକ ଏବଂ ସମସ୍ତ ଅବକାରୀ ଓ ପୋଲିସ କର୍ମଚାରୀ ପ୍ରମୁଖ ସକ୍ରିୟ ଭୂମିକା ତୁଲାଇ ଥିଲେ ।
ଆସିକା ରୁ ଅକ୍ଷୟ କୁମାର ଜେନା

0
0 views