logo

SC/ST ମିଳିତ ମଞ୍ଚ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦ୍ଵାରା ଆସନ୍ତା 21 ଅଗଷ୍ଟ 2021 "ଭାରତ ବନ୍ଦ" ପାଇଁ ପ୍ରସ୍ତୁତି ବୈଠକ

ତାରିଖ 18.08.2024 ରବିବାର ଦିନ ସନ୍ଧ୍ୟା 5 ଘଣ୍ଟିକା ସମୟରେ କୋମନା ବ୍ଲକ୍ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ରାଜୀବ ଭବନ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ SC/ST ମିଳିତ ମଞ୍ଚ କୋମନା ବ୍ଲକ୍ ଦ୍ଵାରା ଆସନ୍ତା 21 ଅଗଷ୍ଟ 2021 "ଭାରତ ବନ୍ଦ" ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକ ରେ ଶ୍ରୀଯୁକ୍ତ ହରିକେଶ ଜାଲ ( ଜିଲ୍ଲା ସଭାପତି ଡ଼ମ ଗଣା ସମାଜ)ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଶ୍ରୀମାନ ହରିଶ୍ଚନ୍ଦ୍ର ମାଝୀ ( ଗୋଣ୍ଡ ୱାନା ଛାତ୍ର ସଂଘ୍ କୋମନା ତଥା ସମିତି ସଭ୍ୟ ପେଣ୍ଡର।ବନ୍ ପଞ୍ଚାୟତ) ଙ୍କ ଦ୍ଵାରା ସଭା ପରିଚାଳନା ହୋଇଥିଲା।
ଉକ୍ତ ବୈଠକ ରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି/ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣ କୁ ସମାପ୍ତ କରିବା ଷଡ଼ଯନ୍ତ୍ର ବିରୋଧରେ 21 ଅଗଷ୍ଟ 2024 "ଭାରତ ବନ୍ଦ" କୁ ସଫଳ କରିବା ପାଇଁ ସମସ୍ତ SC/ST ଙ୍କୁ ସାମିଲ ହେବାକୁ ଅନୁରୋଧ ତଥା ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଗଲା ।

21
12297 views