logo

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ରେ ୨୦୨୩-୨୪ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଗଞ୍ଜାମ**ପ୍ରତି ବର୍ଷ ପରୀ ଏହି ବର୍ଷ ମଧ୍ୟ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଆଙ୍କୁଶପୁର, ଗଂଜାମ ୨୦୨୩-୨୪ ଛାତ୍ର ସଂସଦର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ମୁଖ୍ୟବକ୍ତା ଡଃ, ସୁବାଷ ସାହୁ ଜିଲ୍ଲା ବିଜେପି ସଭାପତି ଗଞ୍ଜାମ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିହ୍ନୟାନନ୍ଦ ଦାସ ଯୋଗଦେଇ ଛାତ୍ର ସଂସଦର ଉତ୍ସବକୁ ସମ୍ବୋଧିତ କରି ଆୟୁର୍ବେଦରେ ଉପାଦେୟତା ତଥା ସ୍ବାସ୍ଥସେବା କ୍ଷେତ୍ରରେ ଏହି ମହାବିଦ୍ୟାଳୟର ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡଃ.) ବିପିନ ବିହାରୀ ଖୁଣ୍ଟିଆ ସ୍ବାଗତ ଭାଷଣ ଦେଇ ମହାବିଦ୍ୟାଳୟର ସଫଳତା ବିଷୟରେ ଆଲୋକପାତ କରିଥିଲେ । ଛାତ୍ର ସଂସଦର ଅଧ୍ଯକ୍ଷ ଡଃ. ମୃତ୍ୟୁଞ୍ଜୟ ଦଳସିଂହରାୟ ଓ ସମ୍ପାଦକ ଡଃ, ହେମନ୍ତ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଆସୋସିଏସନ୍‌ ବିଭିନ୍ନ ସଦସ୍ୟମାନେ ଯଥା ଉପସଭାପତି ଜନ୍ମେଜୟ ପଣ୍ଡା, ସ‌ହସମ୍ପାଦକ ଜ୍ଞାନରଞ୍ଜନ ମିଶ୍ର, ଡ୍ରାମାଟିକ୍ ଆସୋସିଏସନ୍‌ ସମ୍ପାଦକ ଡଃ. ଦେବାଶିଷ ମହାପାତ୍ର, ଡ୍ରାମାଟିକ୍ ଆସୋସିଏସନ୍‌ ସହସମ୍ପାଦକ ଡଃ. ବିଜୟ ଭୂଷଣ ଦାସ, ସାଂସ୍କୃତିକ ଆସୋସିଏସନ୍ ସମ୍ପାଦକ ଡଃ. ଅଭିଷେକ ମେହେର, ସାଂସ୍କୃତିକ ଆସୋସିଏସନ୍ ସ‌ହସମ୍ପାଦକ ଡଃ. ରୋହିତ କୁମାର ନାୟକ, ମାଗାଜିନ୍ ସମ୍ପାଦକ ହେମନ୍ତ ତୋଳଟିଆ, ମାଗାଜିନ୍ ସହସମ୍ପାଦକ ଧନଞ୍ଜୟ କୁମାର କ୍ରୀଡା ଆସୋସିଏସନ୍ ସମ୍ପାଦକ ଡଃ. ମନୋଜ କୁମାର ନାୟକ, ସହସମ୍ପାଦକ ପ୍ରିୟ ନାରାୟଣ ସ୍ବାଇଁ, ଏସ୍.ଏସ୍.ଜି ସମ୍ପାଦକ ଅର୍ପିତା ପ୍ରିୟଦର୍ଶିନୀ ଏବଂ ବିଭିନ୍ନ କମିଟି ଉପଦେଷ୍ଟା ଡଃ. ବିଶ୍ରିତା ସ୍ଵାଇଁ, ଡଃ. ଶିବପ୍ରସାଦ ରାଉତ, ଡଃ. ଅଶ୍ୱିନୀ କୁମାର ସାହୁ, ଡଃ ମୁକୁନ୍ଦ କୁମାର ସିଂ, ଡଃ ସୁବ୍ରତ କୁମାର ଓଝା ଇତ୍ୟାଦି ଛାତ୍ରସଂସଦର ବାର୍ଷିକ କାର୍ଯ୍ୟକଳାପକୁ ପରିଚାଳନା କରିଥିଲେ ।

ଶେଷରେ ଛାତ୍ରସଂସଦର ଉପଦେଷ୍ଟା ପ୍ରଫେସର ଡଃ ଚିନ୍ମୟ ଭବାନୀ ପ୍ରସାଦ ଧନ୍ୟବାଦ ଜ୍ଞାପନ କରିଥିଲେ । ମଞ୍ଚକୁ ଡଃ ସ୍ୱପ୍ନ ସ୍ଵୟଂପ୍ରଭା ପରିଚାଳନା କରିଥିଲେ । ପ୍ରକାଶ ଥାଉ କି ଗତକାଲି ସ୍ବାଧୀନତା ଦିବସ ପରିପେକ୍ଷୀରେ ମହାବିଦ୍ୟାଳୟର ୪୭ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳନ କରାଯାଇଛି । ଉଭୟ ସମାରୋହକୁ ମହାବିଦ୍ୟାଳୟର ଚିକିତ୍ସକ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ, ପିଜି ଓ ୟୁଜି ଛାତ୍ରଛାତ୍ରୀ, ପୋଲିସ, ପତ୍ରକାର ବନ୍ଧୁମାନେ ଓ ସ୍ଥାନୀୟ ଗ୍ରାମବାସୀ ଯୋଗଦାନ କରି ସଫଳ କରାଇଥିଲେ ।

13
7430 views