logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ପଶ୍ଚିମ ଓଡିଶାର ବିଦ୍ୟୁତ ଉପଭୋକ୍ତା ଙ୍କ ସମସ୍ୟା ସମାଧାନ ନିମନ୍ତେ ଏକ ପଶ୍ଚିମ ଓଡିଶାର ବିଦ୍ୟୁତ ଉପଭୋକ୍ତା ମହାସଂଘ ଗଠିତ*

ବିଦ୍ୟୁତ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ଯାର ନିରାକରଣ ପାଇଁ ରାଉରକେଲା ଠାରେ ଗଠନ କରାଯାଇଛି ପଶ୍ଚିମ ଓଡିଶା ବିଦ୍ଯୁତ୍ ଉପଭୋକ୍ତା ମହାସଂଘ। ଇସ୍ପାତ ସହର ରାଉରକେଲା ସେକ୍ଟର-୪, ଲୈଲା ରେଷ୍ଟୁରାଣ୍ଟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଏ ବିଷୟରେ ପ୍ରକାଶ କରାଯାଇଛି। ମହାସଂଘର ସାଧାରଣ ସମ୍ପାଦକ ଗୋପାଳ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ଥିଲେ ଉପଦେଷ୍ଟା ବ୍ରଜେନ୍ଦ୍ର ମହାନ୍ତି, ଉପଦେଷ୍ଟା ଶ୍ରଦ୍ଧା ଷଢଙ୍ଗୀ, ସଭାପତି ମୁକ୍ତିକାନ୍ତ ବିଶ୍ବାଳ, ସ୍ମୃତିରଞ୍ଜନ ଭୋଳ ପ୍ରମୁଖ। ଏହି ମହାସଂଘ ସାଧାରଣ ଜନତାଙ୍କ ଉଦ୍ଦେଶ୍ଯରେ ସଦାସର୍ବଦା ନିୟୋଜିତ ହୋଇ ଘରୋଇ ବିଦ୍ଯୁତ ଉପଭୋକ୍ତାଙ୍କ ସମସ୍ଯା ସହିତ ବ୍ଯବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଆଦି କ୍ଷେତ୍ରରେ ରହିଆସୁଥିବା ବିଭିନ୍ନ ସମସ୍ଯାକୁ ତୃଣମୂଳ ସ୍ତରରେ ସ୍ଥାୟୀ ସମାଧାନ ପାଇଁ ତତ୍ପରତା ଦେଖାଇବ ବୋଲି ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି।ଓଡିଶା ସରକାର ଘରୋଇ ସଂସ୍ଥା ଟାଟା ପାୱାର ଲିମିଟେଡକୁ ଟେକିଦେବା ଦିନଠାରୁ, ଟାଟା ପାୱାର ଲିମିଟେଡ ଦ୍ବାରା ଉପଭୋକ୍ତାଙ୍କୁ ସେବା ଯୋଗାଇ ଦେବାର ଆଶା ସମ୍ପୂର୍ଣ୍ଣ ରୂପେ ଧୂଳିସାତ ହୋଇଛି। ବିଭିନ୍ନ ସମୟରେ ଏହି ସମସ୍ୟା ଗୁଡିକ ଆନ୍ଦୋଳନର ରୂପ ନେଇଥିଲା ବେଳେ, ସରକାର ଉପଭୋକ୍ତାଙ୍କ ସ୍ବାର୍ଥକୁ ଅଣଦେଖା କରି ଆସିଛନ୍ତି। ଅଘୋଷିତ ବିଜୁଳି କାଟ, ଅଧିକ ବିଲ୍ ଆସିବା, ବିଲ୍ ପୈଠ ପରେ ବି ପୁନର୍ବାର ଅତ୍ଯଧିକ ବିଲ୍ ପଠାଇ ଉପଭୋକ୍ତାଙ୍କୁ ମାନସିକ ଆର୍ଥିକ ହଇରାଣ ହରକତ କରାଯାଉଛି। ଅଭିଯୋଗ ନେଇ ବିଦ୍ଯୁତ କାର୍ଯ୍ଯାଳୟକୁ ଗଲେ, ପ୍ରତିଶୋଧ ପରାୟଣ ହୋଇ ବିଦ୍ଯୁତ ସଂଯୋଗ କାଟି ଦିଆଯାଉଥିବା, ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ମହାସଂଘକୁ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଓଡିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ଗ୍ରୀଡକୋ ବିଭାଗ କାର୍ଯ୍ୟାଳୟରେ, ଟାଟା ପାୱାରର କିଛି ଅଧିକାରୀ ବେଆଇନ ଭାବେ କାର୍ଯ୍ଯାଳୟ କରି ବସିରହି ଥିବାରୁ, ଉପଭୋକ୍ତାଙ୍କ ଅଭିଯୋଗ ଶକ୍ତି ବିଭାଗ ଓ ଗ୍ରୀଡକୋ ବିଭାଗକୁ ଯିବା ପୂର୍ବରୁ ଟାଟା ପାଓ୍ବାର ଅଧିକାରୀମାନେ ସେହି ଅଭିଯୋଗକୁ ନିଜ ପାଖରେ ସୁରକ୍ଷିତ ରଖୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ଆଗାମୀ ଦିନରେ ଏ ସମସ୍ତ ସମସ୍ଯା ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ଏହାର ନିରାକରଣ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବ ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସୁରଜିତ ନନ୍ଦଙ୍କ ରିପୋର୍ଟ

137
4925 views

Comment