logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ସାମାଜିକ ସଙ୍ଗଠନ ଉପହାର ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ କରା ଯାଇଥିଲା*


ଆଜି ରାଉଲକେଲା ର ସାମାଜିକ ସଙ୍ଗଠନ *"ଉପହାର"* ତରଫରୁ ସଙ୍ଗଠନର ସଭପତି ସୁର୍ଯ୍ୟକନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କ୍ଲବ ସେକ୍ଟର -୬ ପଡିଆ ଠାରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର କରା ଯାଇଥିଲା
ଉକ୍ତ ଶିବିରରେ ଆପୋଲୋ ହସ୍ପିଟାଲ, ରାଉରକେଲା ର ବରିଷ୍ଠ ହୃଦୟ ବିଶେଷଜ୍ଞ ଡ଼. ଆଶିଷ ହୋତା ଶିବିର ରେ ଯୋଗଦେଇ ସବୁ ରୋଗୀ ମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା କରିଥିଲେ। ରକ୍ତ ପରୀକ୍ଷା ଯଥା ରକ୍ତ ଶର୍କରା, ଲିପିଡ ପ୍ରୋଫାଇଲ୍, ECG ପରି ବହୁ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ରଘୁନାଥପାଲି ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଉଦ୍ଘାଟନ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କ୍ଲବ ସେକ୍ଟର -୬ ର ସଭାପତି ମହେନ୍ଦ୍ର କୁମ୍ଭାର ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ। ଉପହାର ସଙ୍ଗଠନ ର କାର୍ଯ୍ୟରତ ସଭାପତି - ଚିନ୍ମୟ ପତି
ପରାମର୍ଶଦାତା - ପପୁ ଗୁପ୍ତା
ସଭ୍ୟ - ପ୍ରଫୁଲ୍ଲ ଜେନା
ସଭ୍ୟ - ରଶ୍ମିତା ସୁନା
ସଭ୍ୟ - ବୀଣାପାଣି ମହାରଣା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଚଳାଇଥିଲେ।


ରାଉଲକେଲା ରୁ ଜିଲ୍ଲା ପ୍ରତିନିଧି ସୁରଜିତ ନନ୍ଦଙ୍କ ରିପୋର୍ଟ

153
3621 views

Comment