logo

ରୋଗୀ ସେବା ଆଳରେ ୨୦ କୋଟି ହରିଲୁଟ, ଚାପିବାକୁ ଚାଲିଛି ଉଦ୍ୟମ ।

ହାଟଡିହି:କେନ୍ଦୁଝର ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଆରଟିଓ, ଡ଼ିଏସଏମଏସ, ଡ଼ିଏସଡବ୍ଲ୍ୟୁଓ, ଆନନ୍ଦପୁର, ଯୋଡ଼ା,ବଡ଼ବିଲ, କେନ୍ଦୁଝର ମୁନିସିପାଲିଟି, ଚମ୍ପୁଆ ଏନଏସି, ସମସ୍ତ ଉପଖଣ୍ଡ ମେଡିକାଲ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ଆଳରେ ୨୦ କୋଟି ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି l ତେବେ ଏହି ହରିଲୁଟର ପରିମାଣ ଆହୁରି ଅଧିକ ହେବ ଏବଂ କୋଭିଡ ମହାମାରୀ ସମୟରେ ଏପରି ହରିଲୁଟ ହୋଇଛି l ତେଣୁ ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବୀ କରି ହାଟଡିହି ଅଞ୍ଚଳର ସୂଚନା ଅଧିକାର କର୍ମୀ ଶୁଭକାନ୍ତ ନାୟକ ଏ ବାବଦରେ ଓଡିଶା ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ,ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ,ଭିଜିଲାନ୍ସ, କେନ୍ଦୁଝର ଜିଲାପାଳ ଏବଂ ଏସ୍ପି,ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ପ୍ଲାନିଂ ଏଣ୍ଡ କନଭରଜେନ୍ସ ବିଭାଗକୁ ତଦନ୍ତ ନିର୍ଦେଶ ଦିଆଯାଇଛି l ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ କେନ୍ଦୁଝର ଜିଲାପାଳଙ୍କୁ ମଧ୍ୟ ତଦନ୍ତ ନିର୍ଦେଶ ହୋଇଥିବା ଜଣାପଡିଛି l ଓଡିଶା ଭିଜିଲାନ୍ସ ବିଭାଗ ତରଫରୁ କନଫିଡେନସିଆଲ ଭାବେ ଘଟଣା ଭେରୀଫିକେସନ/ତଦନ୍ତ ଚାଲିଥିବା ଚିଠି ନଂ ୧୪୧୭୫/୭.୮.୨୦୨୪ ରେ ସୂଚନା ଦିଆଯାଇଛି l କେନ୍ଦୁଝର ଏସ୍ପିଙ୍କ କାର୍ଯ୍ୟାଳୟ ତରଫରୁ ଟାଉନ ଥାନାକୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଜାରି ହୋଇଛି l ଫଳରେ ଘଟଣାର ଗୁରୁତ୍ୱ ବଢିଯାଇଥିବା ବେଳେ ଅନୁଦାନ ଖର୍ଚ୍ଚ ସମ୍ବଧୀୟ ରେକର୍ଡ ପତ୍ର ସଜାଡ଼ିବାରେ ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ଲାଗିପଡ଼ିଥିବା ଜଣାପଡିଛି l ଅଭିଯୋଗ ଅନୁସାରେ କେନ୍ଦୁଝର ଜିଲା ପ୍ରଶାସନକୁ କୋଭିଡ ମୁକାବିଲା ପାଇଁ ୨୨.୯.୨୦୨୦ ରେ ପିଏମ କେୟାର୍ସରୁ ୧କୋଟି, ସିଏମଆରଏଫ ରୁ ୨୪.୩.୨୦୨୦ ରେ ୨ କୋଟି ଏବଂ ୨୦.୧.୨୦୨୧ ରେ ୩ କୋଟି ମୋଟ ୫ କୋଟି, ଏସଡ଼ିଆରଏଫ ରୁ ୬ କୋଟି ୫୦ ଲକ୍ଷ୍ୟ, ଜିଆର ଇନ କାଇଣ୍ଡରୁ ୭ କୋଟି ୨୩ ଲକ୍ଷ୍ୟ ୬ ହଜାର ୨୦ ଟଙ୍କା ମିଳିଥିଲା l ସେହିପରି କେନ୍ଦୁଝର ଡ଼ିଏମଏଫ ଫଣ୍ଡରୁ ଜିଲାର ବିଭିନ୍ନ ବିଭାଗକୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୩୦୦ କୋଟିରୁ ଉର୍ଦ୍ଧ ଟଙ୍କା ପ୍ରଦାନ ସହ ଖର୍ଚ୍ଚ ହୋଇଛି l କେନ୍ଦୁଝର ଆରଟିଓକୁ ଜିଲା ପ୍ରଶାସନ ତରଫରୁ ଚିଠି ନଂ ୧୯୯୬/୮.୭.୨୦୨୦ ରେ ୩୪ ଲକ୍ଷ୍ୟ ୪୫ ହଜାର ୭୫୦ ଟଙ୍କା ଏବଂ ରାଜ୍ୟ ପରିବହନ ବିଭାଗ ତରଫରୁ ଚାରୋଟି ପର୍ଯ୍ୟାୟରେ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ଅନୁଦାନ ମିଳିଥିଲା l କିନ୍ତୁ କେନ୍ଦୁଝର ଆରଟିଓଙ୍କ ଚିଠି ନଂ ୧୩୧୩/୯.୪.୨୪ ରେ ଦର୍ଶାଇଛନ୍ତି ଯେ ସମୁଦାୟ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ରାଜ୍ୟ ପରିବହନ ବିଭାଗ ତରଫରୁ ଗ୍ରହଣ ହୋଇଛି l ଅନ୍ୟ କୌଣସି ବିଭାଗରୁ କୌଣସି ଅନୁଦାନ ମିଳିନାହିଁ l ସେହିପରି କେନ୍ଦୁଝର ସିଡ଼ିଏମଓଙ୍କୁ ୮୫ କୋଟି ଟଙ୍କା ଅନୁଦାନ ମିଳିଛି l ସେଥିରୁ କେବଳ କେନ୍ଦୁଝର ଡ଼ିଏମଏଫ ଫଣ୍ଡରୁ ବିଭିନ୍ନ ପର୍ଯ୍ୟାୟରେ ଚିଠି ନଂ ୧୩୮୬/୨୦.୭.୨୦୨୨ ଏବଂ ୫୯୬/୧୩.୨.୨୦୨୪ ରେ କେନ୍ଦୁଝର ସିଡ଼ିଏମଓଙ୍କୁ ୮୧ କୋଟି ଟଙ୍କା ଅନୁଦାନ ମିଳିଛି l କିନ୍ତୁ ସିଡ଼ିଏମଓଙ୍କ ଚିଠି ନଂ ୧୧୬/୨.୧୧.୨୦୨୩ ଅନୁସାରେ ୭୨ କୋଟି ୫୫ ଲକ୍ଷ୍ୟ ୫୪ ହଜାର ୭୫୭ ଟଙ୍କା ଅନୁଦାନ ମିଳିଛି l ସେଥିରୁ ୬୦ କୋଟି ୭୦ ଲକ୍ଷ୍ୟ ୯୬ ହଜାର ୮୭୪ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୧ କୋଟି ୮୪ ଲକ୍ଷ୍ୟ ୫୭ ହଜାର ୮୮୩ ଟଙ୍କା ବଳକା ରହିଛି l ଚାରୋଟି ମୁନିସିପାଲିଟିକୁ ୨୭.୩.୨୦୨୦ ରେ ୨୫ ଲକ୍ଷ୍ୟ ଏବଂ ଚମ୍ପୁଆ ଏନଏସିକୁ ୧୫ ଲକ୍ଷ୍ୟ,ଡ଼ିଏସଏମଏସକୁ ୧୬ ଲକ୍ଷ୍ୟ ୩୦ ହଜାର ଏବଂ ଡ଼ିଏସଡବ୍ଲ୍ୟୁଓକୁ ୪୧ ଲକ୍ଷ୍ୟ ୧୪ ହଜାର ୭୧୮ ଟଙ୍କା ଅନୁଦାନ ମିଳିଛି l ତେବେ ଉର୍ଦ୍ଧିଷ୍ଟ ଗାଇଡ଼ଲାଇନ ଅନୁସାରେ ଅନୁଦାନ ଖର୍ଚ୍ଚ ହୋଇନଥିବା ଏବଂ ଅଧିକ ଅନୁଦାନ ମିଳିଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଏହାକୁ ଲୁଚାଉଥିବା ସୂଚନା ଅଧିକାର କର୍ମୀ ଶୁଭକାନ୍ତ ଅଭିଯୋଗ ଆଣିଛନ୍ତି l ତେଣୁ ସମ୍ପୂର୍ଣ ଘଟଣାର ତଦନ୍ତ ଦାବୀ କରିଛନ୍ତି l ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୫୨୨/୨.୮.୨୦୨୪ ରେ କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି l

2
801 views