logo

ଓଡିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ମୟୂରଭଞ୍ଜ ଶାଖାର ୮୧ ତମ ବୈଠକ...

ODISHA; ମୟୂରଭଞ୍ଜ/ବାରିପଦା: (DLH KHABAR) - ଓଡିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ର ମୟୂରଭଞ୍ଜ ଶାଖା ପକ୍ଷରୁ ୮୧ ତମ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ, ସ୍ବେଛାକୃତ ରକ୍ତଦାନ ଶିବିର, ବୃଦ୍ଧାଶ୍ରମରେ ବସ୍ତ୍ର ପ୍ରଦାନ ଓ ଅନ୍ୟାନ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାନ ଆଗାମି ଭବିଷ୍ୟତରେ କରା ଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆ ଯାଇଛି। ସେହି କ୍ରମରେ ଆସନ୍ତା ସ୍ବାଧୀନତା ଦିବସରେ ସ୍ଥାନୀୟ ରଘୁନାଥପୁର ସ୍ଥିତ ରୋଜ ମାନସିକ ବିକାରଗ୍ରସ୍ତ ବିଦ୍ୟାଳୟର ଛାତ୍ରମାନଙ୍କ ଗହଣରେ ତ୍ରିରଙ୍ଗା ପତାକା ଉତୋଳନ କରିବାକୁ ସ୍ଥିରୀକୃତ ହୋଇଛି। ଏହାଛଡା ସେମାନଙ୍କ ପାଇଁ ଖାଦ୍ୟପେୟ ବନ୍ଦୋବସ୍ତ କରାଯିବାର ଠିକ ମଧ୍ୟ ନିଷ୍ପତି ଗ୍ରହଣ କରା ଯାଇଛି। ସଭାପତି ଦିଲୀପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକକୁ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହବାବୁ ବୈଠକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସଂଗଠନରେ ଯୁଗ୍ମ ସମ୍ପାଦକ ନବୀନ ଚନ୍ଦ୍ର ବିଶ୍ୱାଳ, ସତୀଶ ଚନ୍ଦ୍ର ମହାନ୍ତ, କୋଷାଧ୍ୟକ୍ଷ ଭବତରଣ ଘୋଷ ଓ ସଭ୍ୟ ସତୀଶ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ଗିରି, ବସନ୍ତ କୁମାର ପ୍ରଧାନ, ସୁମନ୍ତ କୁମାର ସାମଲ, ସତ୍ୟନାରାୟଣ ବାରିକ, ରବୀନ୍ଦ୍ର କୁମାର ଦାସ, ଉପେନ୍ଦ୍ର ନାଥ ସେଠି, ରାଜେନ୍ଦ୍ର ନାରାୟଣ ଦାସ, ଦେବଦାସ ସାହୁ, ବଙ୍କେଶ୍ୱର ମହାନ୍ତ, ଶୁକଦେବ ସିଂ, ଶ୍ରୀକାନ୍ତ ଗିରି, ମନ୍ମଥ ଗିରି, ଜୀବନ କୁମାର ମିଶ୍ର, ବାସୁଦେବ ପଳେଇ, ହୀରାଲାଲ ମିଶ୍ର, ନିତ୍ୟାନନ୍ଦ ଦାସ, ବିନୋଦ ବେହେରା, ଲିଙ୍ଗରାଜ ଦାସ, ପ୍ରବୋଧ ପଣ୍ଡା, ସୁନ୍ଦର ମୋହନ ବାରିକ ଓ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଉପସଭାପତି ପୀଥନାଥ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

6
3088 views