ଦାମନଯୋଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ବୃକ୍ଷ ରୋପଣ
ଦାମନଯୋଡି,୪।୮(ନଳିନୀ କାନ୍ତ ସେନାପତି): ଦାମନଯୋଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆଚାର୍ଯ୍ଯ ବାଲକୃଷ୍ଣଙ୍କ ଜନ୍ମ ଦିବସ ଓ ଜଡିବୁଟି ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଚମ୍ପାପଦର ଗ୍ରାମରେ ଥିବା ଶିବ ମନ୍ଦିର ପରିସରରେ ବୃକ୍ଷହିଁ ଜୀବନ ଓ ମାଆ ପାଇଁ ଗଛଟିଏ ନାରାଦେଇ ଯୋଗ ପରିବାରର ସଦସ୍ୟ ଓ ସ୍ଥାନୀୟ ସମାଜସେବୀ ମାନଙ୍କ ଦ୍ଵାରା ବିଭିନ୍ନ ବୃକ୍ଷ ଓ ଔଷଧୀୟ ଚାରା ରୋପଣ କରାଯାଇଥିଲା। ଯୋଗ ଗୁରୁ ଡ଼ଃ ନିରୋଦ କୁମାର ପ୍ରଧାନ ଓ ବ୍ରହ୍ମାନନ୍ଦ ସାମଲଙ୍କ ନେତୃତ୍ୱରେ ଯୋଗ ସମିତିର ଭାଇ ପ୍ରକାଶ ଦାସ, ଏନ୍. ରବିକୁମାର , ଡି ଭିମା ରାଓ , ନିର୍ମଳ ନାୟକ , ଲକ୍ଷ୍ମଣ ପାତ୍ର ,ଭଉଣୀ ବନିତା ପ୍ରଧାନ ,ଅନିତା ଖର , ସଂଯୁକ୍ତ ପାତ୍ର,ବୀଣାପାଣି ପାତ୍ର, ଡୁମୁଣି ମୁର୍ମୁ ,ଅନିତା ବିଶ୍ୱାଳ, ଦେବକୀ ମାଳି ,ଗୌରୀ ଖିଲ୍ଲୋ , ଖିରମଣି ହାଲୱା, ସୁପ୍ରଭା ସାମଲ , ସୁଷମା ବେହେରା , ଭାଗ୍ୟଲତା ସ୍ୱାଇଁ , ପାର୍ବତୀ ମହାନ୍ତ ଜଳେଶ୍ୱରି ପୂର୍ତ୍ତି, ପଙ୍କଜ ନଳିନୀ ଭକ୍ତ ଜଡ଼ି ବୁଟି ବୈଦ୍ୟ ଶାନ୍ତିଲତା ବାହିନୀପତି , ରୁଦ୍ର ବାହିନୀପତି ,ସହ ପ୍ରକୃତି ବନ୍ଧୁସଂଗଠନର ଆବାହକ ଦେବେନ୍ଦ୍ର ରାଜୁ , ଭାଇ ଅଜୟ ପ୍ରଧାନ ,ଭଗବାନ ରାଉତ, ଜିତେନ୍ଦ୍ର ଡାକୁଆ ,ସନ୍ତୋଷ ଭୋଇ , ଗୌତମ ବିଶୋଇ , ସୁଶାନ୍ତ ପାତ୍ର , ଆଲୋକ ମଲ୍ଲିକ ସହ ସ୍ଥାନୀୟ ଗ୍ରାମର କର୍ମକର୍ତ୍ତା ଓ ଯୁବବାହିନି ଜଗନ୍ନାଥ ଖରା, ଦିପୁ ଖିଲୋ, ରାଜେନ୍ଦ୍ର ପାଙ୍ଗି , ବାବୁଲା ଖରା,ରିନା ଖିନବୁଡ଼ି, ରଶ୍ମିତା ଗୌଡ଼ ,ଲିପି ହନ୍ତାଳ ମିଡ଼ିଆ ହାଉସର ଡ . ଅଶୋକ ମହାନ୍ତି ,ସୁଦର୍ଶନ ସେନାପତି ଯୋଗଦେଇ ଆମ୍ବ , ପଣସ , ବଉଳ , ଚନ୍ଦନ , ନିମ , ଜାମୁ , ହରିଡା , ବାହାଡା ପେସ୍ତା , ଗମ୍ଭାରୀ ,ଅଶୋକ , ଅର୍ଜୁନ ସହ ୧୦୦ ରୁ ଉର୍ଦ୍ଧ୍ବ ଚାରା ସହ ବିଭିନ୍ନ ପ୍ରକାରର ଫୁଲ ଚାରା ରୋପଣ କରିଥିଲେ।