logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Doctor vacant in Kandhamal District Medicals

ଚିକିତ୍ସାଧିକାରୀ ଅଭାବ ଯୋଗୁଁ କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯୟସ୍ତ,୫୩୮ ପଦବୀ ମଧ୍ୟରୁ ୩୩୮ ଖାଲି ଫୁଲବାଣୀ -୨୮-୭. ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ଡାକ୍ତର ମରୁଡି । ଜିଲ୍ଲା ପାଇଁ ମୋଟ ୫୩୮ ଟି ଡାକ୍ତର ପଦବୀ ମଞ୍ଜୁରୀ ପ୍ରାପ୍ତ ହୋଇଥିବାବେଳେ ବର୍ତ୍ତମାନ ୧୯୦ ଜଣ କାର୍ଯ୍ୟରତ ଅଛନ୍ତି ଓ ୩୩୮ ଟି ପଦବୀ ଖାଲି ପଡ଼ିଛି।ବିଶେଷକରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ,ଉପଖଣ୍ଡ ଓ ଗୋଷ୍ଟି ଚିକିତ୍ସାଳୟ ଗୁଡିକରେ ଶତାଧିକ ବିଶେଷଜ୍ଞ ଓ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ପରିଚାଳନା ଗତ ତୃଟି ଦେଖାଦେଉଛି।ଏହା ବିଭାଗୀୟ ଅଧିକାରୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟହ ଦେଢ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବାରୁ ଆବଶ୍ୟକବିଶେଷଜ୍ଞ,ଡାକ୍ତର ଓ ଶଯ୍ୟା ଅଭାବ କାରଣ ରୁ ସେମାନେ ବ୍ରହ୍ମପୁର,ଭୁବନେଶ୍ୱର ଓ କଟକ ର ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ।ମୁଖ୍ୟ ଚିକିତ୍ସାଳୟ ରେ ବର୍ତ୍ତମାନ ୩୩୬ ଟି ମାତ୍ର ଶଯ୍ୟା ରହିଥିବାବେଳେ ଏହାକୁ ୪୧୦କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି। ତେବେ ଓର୍ଥୋପେଡି କ ୱାର୍ଡ ନାହିଁ।ଏଠାରେ ଏମ ଆର ଆଇ କିମ୍ବା ଏଣ୍ଡୋସ୍କୋପି ବ୍ୟବସ୍ଥା ମଧ୍ୟ ନାହିଁ। କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ରହିଛି କିନ୍ତୁ ଅନ୍ୟ ରୋଗୀମାନଙ୍କ ପାଇଁ ନାହିଁ।ମୁଖ୍ୟ ଚିକିତ୍ସାଳୟରେ ମେଡିସିନ, ଓର୍ଥୋପେଡି କ, ଇ ଏ ନ ଟି, ରେଡିଓଲୋଜି, ଶିଶୁବିଭା ଗରେ କୌଣସି ବିଶେଷଜ୍ଞ ନାହାନ୍ତି। ସୂଚନାଯୋଗ୍ୟଯେ ଫୁଲବାଣୀ ସଦରମହକୁମାରେ ଆସନ୍ତା ବର୍ଷ ମେଡିକାଲ କଲେଜ ଖୋଲିବାକୁ ଯାଉଛି ଓ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରାକ୍ତ୍ତିକ।ଲ ହେବ। ଏପରି ନାହିଁ ନାହିଁରେ ଚାଲୁଥିବା ମେଡିକାଲ ରେ କିପରି ଏମ ବି ବି ଏସ ଛାତ୍ର ଛାତ୍ରୀ ମାନେ ପ୍ର।କ୍ତିକଲ କରିବେ ତାହା ସନ୍ଦେହ ଜନକ। କନ୍ଧମାଳ ଏକ ଆଦିବାସୀ ଅଧୟୁଷିତ ଜିଲ୍ଲା ଭାବେ ପରିଚିତ।ଜିଲ୍ଲାର ଲୋକସଂଖ୍ୟା ୮ଲକ୍ଷ ରୁ ଉର୍ଦ୍ଧ ହେବ। ସେଥି ମଧ୍ୟରୁ ତଫସିଲ ଜାତି ଉପଜାତି ଲୋକଙ୍କ ସଂଖ୍ୟା ସର୍ବାଧିକ। ସେମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲାରେ ମୂଖ୍ୟ ଚିକିତ୍ସାଳୟ, ବାଲିଗୁଡ଼ାରେ ଉପଖଣ୍ଡ ଚିକିତ୍ସାଳୟ, ୧୪ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବୁ ବ୍ଲକ୍ ରେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପ୍ରତିଷ୍ଠା ହୋଇଛି।କିନ୍ତୁ ରାଜ୍ୟ ସରକାର ଡାକ୍ତର ନିଯୁକ୍ତିରେ ଅବହେଳା ପ୍ରଦର୍ଶନ କରୁଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁ ବିଭାଗରେ ଜଣେ ବିଶେଷଜ୍ଞ ଙ୍କ ସମେତ ୧୩୪ ଜଣ ଡ଼ାକ୍ତର ନିଯୁକ୍ତି ପାଇବା କଥା । କିନ୍ତୁ ବର୍ତ୍ତମାନ ମାତ୍ର ୪୦ରୁ କମ୍ ଅଛନ୍ତି।ସେଥିରେ ପୁଣି ୬ଟି ବିଭାଗରେ ଆଦୌ ବିଶେଷଜ୍ଞ ନାହାନ୍ତି। ଯେଉଁ ମାନେ ଅଛନ୍ତି କେବଳ କାମ ଚଳ।। ବିଶେଷ କରି ମେଡିସିନ, ଓର୍ଥପେଡିକ, ଇଏନ ଟି, ରେଡିଓଲଜି ଓ ଶିଶୁରୋଗ ବିଶେଷଜ୍ଞ ଅନ୍ତର୍ଭୁକ୍ତ। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ୫୪ ଜଣ ଡ଼ାକ୍ତର ନିଯୁକ୍ତି ପାଇବା କଥା ।ବର୍ତ୍ତମାନ ମାତ୍ର ୭ଜଣ ଡ଼ାକ୍ତରରେ କାମ ଚଳୁଛି। ସରକାରୀ ନିୟମ ପ୍ରକାରେ ଏଠାରେ ୧୦ ଜଣ ବିଶେଷଜ୍ଞ ରହିବା କଥା । କିନ୍ତୁ ଜଣେ ଦୁଇ ଜଣ ରେ କାମ ଚାଲିଛି।ଏହି ଚିକିତ୍ସାଳୟରେ କ ନୂଆଗାଁ, ବାଲିଗୁଡ଼ା, କୋଟଗଡ଼,ତୁମୁଡ଼ିବନ୍ଧ, ଦାରିଙ୍ଗିବାଡି ଓ ରାଇକିଆ ବ୍ଲକ୍ ର ଅଧିବାସୀ ନିର୍ଭର କରୁଛନ୍ତି।ସେହିପରି ଗୁମାଗଡ, ଘୁ ଉଦୟଗିରି,,ବାରଖମା, ଦାରିଂବାଡ଼ି,ଖଜୁରୀପଡ଼ା,ସୁବର୍ଣଗିରି, ଗ୍ରେଶିଙ୍ଗିଆ,ରାଇକିଆ, ବ୍ରାହ୍ମଣ ପାଦ ଫିରିଙ୍ଗିଆ, ଟିକାବାଲି ଆଦି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ବିଶେଷଜ୍ଞ ରହିବା କଥା । ଗ୍ରାମାଞ୍ଚଳରେ ବିଶେଷଜ୍ଞ କିମ୍ବା ଡ଼ାକ୍ତର ରହୁ ନଥିବାରୁ ମୂଖ୍ୟ ଚିକିତ୍ସାଳୟ ଉପରେ ଅଧିକ ଚାପ ପଡୁଛି। ଏଣେ ଏହି ଚିକିତ୍ସାଳୟ ରେ ବିଶେଷଜ୍ଞ,ଡାକ୍ତର ଓ ଶଯ୍ୟାର ଘୋର ଅଭାବ ରହିଛି। ମୂଖ୍ୟ ଚିକିତ୍ସାଳୟରେ ମାତ୍ର ୩୩୬ଟି ଶଯ୍ୟା ରହିଛି।ଶଯ୍ୟା ଅଭାବରୁ ରୋଗୀମାନେ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛନ୍ତି।କେତକ ଡାକ୍ତରଙ୍କ ୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଉ ସେମାନଙ୍କ କାମରେ ମନ ନାହିଁ।ମୁଖ୍ୟ ଚିିତ୍ସାଧିକାରୀଙ୍କ ରାଉଲକେଲା ବଦଳି ହୋଇ ଥିବରୁ ସେ ଗୋଡ଼ ଟେକି ବସିଛନ୍ତି। ଏପଟେ ଫୁଲବାଣୀରେ ମେଡ଼ିକାଲ କଲେଜ ଖୋଲିବାକୁ ଯାଉଥିବାରୁ ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ଘନ ଘନ ଜିଲ୍ଲା ଗସ୍ତ କରୁଥିବା ଦେଖିବାକୁ ମିଳୁଛି।କିନ୍ତୁ ଜିଲାର ସ୍ୱାସ୍ଥ୍ୟ ସମସ୍ୟା କେହି ବୁଝୁ ନାହାନ୍ତି।ନୂତନ ମୁଖ୍ୟ ଚିକିତ୍ସାଧିକାରୀ ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ସଚିବ ମା ସାଧିକକ।ଳହେଲ।ଫାଇଲ ପଠାଇ ଥିଲେ ମଧ୍ୟ ତାହା ସ୍ୱାସ୍ଥ୍ୟ ମନ୍ତ୍ରୀ ପାଖରେ ପଡ଼ିରହିଥିବା ନିର୍ଭରଯୋଗ୍ୟ ସୂଚନାରୁ ପ୍ରକାଶ।

171
5869 views

Comment