logo

*ଲଗାଣ ବର୍ଷାରେ ଭାଙ୍ଗିଲା ଘର*


ଦାମନଯୋଡି,୨୭/୭: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଚାରାଙ୍ଗୁଲ ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘର ଭାଙ୍ଗଯାଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନସ୍ଥ ଗୌଡଗୁଡ଼ା ଗ୍ରାମର ଗୋପୀନାଥ ଗଉଡ଼, ପୁର୍ବ ଗଉଡ଼, ନଲ ଗଉଡ଼, କିଶୋର ଗଉଡ଼, ନନ୍ଦ ଗଉଡ଼ ଓ ଶିବ ଗଉଡ଼ ଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେହିପରି କୁମ୍ଭାରଗୁଡ଼ା ଗ୍ରାମର କିଶୋର କୁଲଦିପଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି । ତେବେ ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭିଜନ ଭତ୍ରାଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ, କୁମ୍ଭାରଗୁଡ଼ା ବାସହରା ପରିବାର ଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ସେହିପରି ଗଉଡ଼ଗୁଡ଼ା ଗ୍ରାମର କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ସହାୟତା ପୂର୍ବକ ଜରିପାଲ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ଅନୁସାରେ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

41
9616 views