logo

*ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ*


ଦାମନଯୋଡି,୨୭/୭: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡିରେ ବିଗତ ୨୦ଦିନରୁ ଅଧିକ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜନଜୀବନ ବେଶ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି । ସୂର୍ଯ୍ୟ କିରଣ ଦେଖିବା ତ ଦୂରର କଥା ଗୋଟିଏ ମୁହୂର୍ତ୍ତ ପାଇଁ ବର୍ଷା ଛାଡ଼ୁ ନାହିଁ । ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ ବିଶେଷତଃ ପ୍ରଭାବିତ ହେଉଛନ୍ତି । କେତେବେଳେ ଲଘୁଚାପ ଜନିତ ବର୍ଷା ତ କେତେବେଳେ ମୌସୁମୀ ବର୍ଷା । ବର୍ଷା ଭିଜା ତଥା ଓଦା ଲୁଗାପଟା ଯୋଗୁଁ ଘର ମାନଙ୍କରେ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଘର ଚାରିପାଖ ସନ୍ତସନ୍ତିଆ ରହୁଥିବାରୁ ମଶା ଡାଂଶ ଙ୍କ ପାଦୃଭାବ କହିଲେ ନସରେ । ନିହାତି ଜରୁରୀ ନହେଲେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି ।ଅନ୍ୟ ପକ୍ଷରେ ପାନୀୟ ଜଳ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । କୂଅ ଗୁଡିକରେ ବର୍ଷା ପାଣି ପୂର୍ଣ୍ଣ ହୋଇଯାଇଥିବା ଯୋଗୁଁ କୂଅ ପାଣି ପିଇବା ଅନୁପଯୋଗୀ ହୋଇଥିବା ବେଳେ ନଳକୂଅ ରୁ ମଧ୍ୟ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଛି । ଏତଦ୍ ବ୍ୟତୀତ ବୁଲା ଗାଈଗୋରୁ ଓ କୁକୁର ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ସେମନେ ଟିକେ ଆଶ୍ରୟ ପାଇବା ପାଇଁ ଘର ବାରଣ୍ଡାରେ ରହୁଥିବା ବେଳେ ଖାଦ୍ୟ ପାଇଁ ଘର ଭିତରରେ ପଶିବାକୁ ପଛାଉ ନାହାନ୍ତି । ଝିପଝିପି ବର୍ଷା ପରିବର୍ତ୍ତେ ମୂଷଳ ଧାରାରେ ବର୍ଷା ହେଉଥିବାରୁ ଚିନ୍ତାରେ ଚାଷୀକୁଳ । ଏହାର ପ୍ରଭାବରେ ଅନେକ ଲୋକଙ୍କୁ ଥଣ୍ଡା, କାସ, ଜ୍ଵର ଆଦି ଲାଗି ରହିଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା କୁ ନେଇ ଚିନ୍ତାରେ ଅଞ୍ଚଳବାସୀ ।

38
7192 views