logo

*ଲଗାଣ ବର୍ଷାରେ ଗଛ ପଡ଼ି ରାସ୍ତା ଅବରୋଧ* *ଅଳ୍ପକେ ବର୍ତିଲେ ପଥଚାରୀ*


ଦାମନଯୋଡି,୨୩/୭: ଗତ କିଛି ଦିନ ହେବ ଦାମନଯୋଡିରେ ବର୍ଷା ଲାଗି ରହିଛି । ଏଥିଯୋଗୁଁ ନାଲକୋ ଟାଉନସିପ ମୁଖ୍ୟ ରାସ୍ତା ନର୍ସରୀ ନିକଟରେ ଏକ ବିଶାଳକାୟ କୃଷ୍ଣଚୂଡ଼ା ଗଛ ରାସ୍ତା ଉପରେ ପଡ଼ିଯିବାରୁ ଉଭୟ ପାର୍ଶ୍ଵରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ସକାଳ ପ୍ରାୟ ସାଢ଼େ ସାତଟା ରୁ ଆଠଟା ମଧ୍ୟରେ ଗଛଟି ପଡ଼ିଥିଲା । ଏହି ସମୟରେ ଶହ ଶହ ନାଲକୋ କର୍ମଚାରୀ କର୍ମକ୍ଷେତ୍ର କୁ ଯାଉଥିବା ବେଳେ ସମାନ ସମୟରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ ପିଲା ମଧ୍ୟ ଯାଇଥାଆନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ପଥଚାରୀ ଙ୍କ ଭିଡ଼ ଲାଗି ରହିଥିଲେ ସୁଧା ଗଛ ପଡ଼ିବା ଦ୍ବାରା କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି । ନାଲକୋ ଉଦ୍ୟାନ ବିଭାଗ, ଟାଉନସିପ ସୁରକ୍ଷା ସଂସ୍ଥା ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହୀନି ର ଅଗ୍ନିଶମ କର୍ମଚାରୀ ମିଳିତ ଭାବେ କଠିନ ପରିଶ୍ରମ କରି ଗଛ କାଟିବା ପରେ ଦ୍ୱିପ୍ରହର ବେଳକୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଯାତାୟତ ସ୍ଵାଭାବିକ ହୋଇଥିଲା । ତେବେ ରାସ୍ତାର ଉଭୟ ପାର୍ଶ୍ଵରେ ରହିଥିବା ଗଛ ଗୁଡ଼ିକର ଡାଳ ରାସ୍ତା ଉପରକୁ ମାଡ଼ି ଯାଇଥିବାରୁ ସେଗୁଡିକୁ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

52
6920 views