logo

*ଦାମନଯୋଡିରେ ବିଭିନ୍ନ ସଂଗଠନ ପକ୍ଷରୁ ଗୁରୁପୂର୍ଣ୍ଣିମା ପାଳିତ*


ଦାମନଯୋଡି,୨୧/୭(ନିପ୍ର):
"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବୋ ମହେଶ୍ୱର
ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ"
ସନାତନ ଧର୍ମର ଆଦିଗ୍ରନ୍ଥ "ବେଦ" ରଚୟିତା, ଭଗବାନ ବିଷ୍ଣୁଙ୍କ ଅବତାର ତଥା ଦେବଗୁରୁ ବେଦବ୍ୟାସ ଆଷାଢ଼ ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିବାରୁ ଏହି ଦିନକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ଉତ୍ସବ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷିରେ ଦାମନଯୋଡିରେ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଇଥିଲା । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥିଲା । ଗୈରୀକ ଧ୍ୱଜକୁ ସଂଘ ଗୁରୁଙ୍କ ପ୍ରତୀକ ଭାବେ ବିବେଚିତ କରିଛି । ସ୍ଵୟଂସେବକ ମାନେ ଗୁରୁ ରୂପୀ ଧ୍ଵଜ ବନ୍ଦନ୍ ଓ ପୂଜନ କରିଥିଲେ । ସେହିପରି ଗାୟତ୍ରୀ ପରିବାର, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ମହାବିଦ୍ୟାଳୟ ଶାଖା, ଠାକୁର ଅନୁକୂଳ ଚନ୍ଦ୍ର ଆଶ୍ରମ ସମେତ ଅନ୍ୟାନ୍ୟ ସଂଗଠନ ମଧ୍ୟ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରିଥିଲେ । ଗୁରୁ ହିଁ ଜଣକୁ ସଠିକ୍ ମାର୍ଗରେ ଚାଲିବା ପାଇଁ ପଥ ପ୍ରଦର୍ଶନ କରାଇଥାଆନ୍ତି । ତେଣୁ କୁହାଯାଏ "ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର" ।

37
7246 views