logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କର୍ଲାମୁଣ୍ଡା କଲେଜରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ କର କମଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଓଡ଼ିଶା/କଳାହାଣ୍ଡି/ତା ୦୯.୦୭.୨୦୨୪ରିଖ
କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ କର୍ଲାମୁଣ୍ଡା ପଞ୍ଚାୟତ ସେମିତି ମିଟିଂକୁ ଯିବା ସମୟରେ ସେ କର୍ଲାମୁଣ୍ଡା କଲେଜ ପରିଦର୍ଶନ କରିଥିଲେ। କର୍ଲାମୁଣ୍ଡା କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ବିଷୟରେ ସମସ୍ତ ଷ୍ଟାଫ ମାନଙ୍କ ସହିତ ଆଲେଚନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ଧ୍ୟାନ ଦେବା ପାଇଁ କଲେଜର ଷ୍ଟାଫ ଙ୍କୁ ଅନୁରୋଧ କରିଥିଲେ। ତାପରେ ୟୁଥ୍ ରେଡକ୍ରସ୍ ର ସଦସ୍ୟ ମାନଙ୍କ ସହିତ ମିଶି ବୃକ୍ଷ ରୋପଣ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ଗୋଟିଏ ଗୋଟିଏ ଗଛ ଲଗେଇବା ପାଇଁ ଶ୍ରୀମତୀ ମାଳବିକା ଦେବୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

154
21002 views

Comment