logo

ତା ୨୪-୦୫-୨୦୦୫ ରିଖ ଦୈନିକ ଖବର କାଗଜ "ସମ୍ବାଦ" ରେ ପ୍ରକାଶିତ ଶୀର୍ଷକ "ଶାନ୍ତିଲତା ନାମ୍ମୀ ମହିଳା, ଧର୍ଷଣକାରୀକୁ ହତ୍ୟାକାରୀ ଆତ୍ମସମର୍ପଣ" ଖବର ର ପ୍ରତିକ୍ରିୟା ରେ ରଚିତ କବିତା "ଶାନ୍ତିଲତା" l

// ଶାନ୍ତିଲତା //

© ପୃଥ୍ଵୀ ପଟ୍ଟନାୟକ

ନାରୀ ନୁହେଁ ଅବଳା ଦୁର୍ବଳା
ଶୁଣିଛି ମୁଁ ଭାଷଣରେ
ସଭା ସମିତି ପୁଣି କେଉଁ ଉତ୍ସବରେ
ଦେଖି ତ ନଥିଲି କେବେ
ନାରୀ ର ସେ ନାରାୟଣୀ ରୂପ
ରଖିବାକୁ ମର୍ଯ୍ୟାଦା ର ମହତ
ଯିଏ କାଟିଦେଇ ଟାଙ୍ଗିଆ ର ଚୋଟେ
ଫିଙ୍ଗିପାରେ ଦୁର୍ବୁତ୍ତ ର ବେକ l

ଆଜି ମୁଁ ପରମ ଶାନ୍ତି
ଅନୁଭବ କରେ
ମୋ ହୃଦୟ ପରମ ଧାମରେ
ଆଲ୍ହାଦର ମଉଛବ ହୁଏ
ମନ ଉପବନେ
ନାରୀତ୍ୱ ର ଡଙ୍କା ବାଜେ
ଗଗନେ ପବନେ
ହଁ ଶାନ୍ତିଲତା
ମାଟି ବି ତ ମହକି ଉଠୁଛି
ତମର ଏ ମହତ କାର୍ଯ୍ୟରେ l

ତମେ ତ ଦେଖାଇ ଦେଲ
ନାରୀ ନୁହେଁ ଲତା
ଲୋଡିବନି କାହାର ସାହାରା
ଡ଼ାକିବନି ପାଷାଣକୁ ପାଞ୍ଚାଳୀ ସମାନ
ମର୍ଯ୍ୟାଦାର ମଖମଲି ଚାଦର ଛୁଇଁଲେ
ଫାଡ଼ିଦେଇ ଫିଙ୍ଗିଦେବ ଛାତି ଠୁ ଉଦର l
========0000========
@ ବଂଶୀକୁଞ୍ଜ
ବୋଦାପଳଶା, କେନ୍ଦୁଝର ବଜାର, କେନ୍ଦୁଝର - ୦୨
ସମ୍ପର୍କ : ୯୯୩୭୪ ୬୯୯୭୧, ୯୪୩୮୪ ୪୩୮୭୧

8
10733 views