କାରୋନା ପ୍ରାୟ ସଭିଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରିଥିଲା... ତେବେ ସେଇ ସମୟରେ କରୋନ ଯେପରି ପ୍ରଭାବିତ କରିଥିଲା... ସେଇ ଭାବନା ରେ ରଚନା କରିଥିବା ମୋର କରୋନା କାଳୀନ କବିତା " ଅନ୍ତିମ ଆହ୍ବାନ"
// ଅନ୍ତିମ ଆହ୍ୱାନ //ଶୟନ କାଳେ ସପନ ର କଥା ଶୁଣିଛି ମୁଁ ବହୁବାର କେତେ ବେଳେ ବାପା ମାଆ କେବେ ପୁଣି ଭ୍ରାତା ଭଗ୍ନୀ ବନ୍ଧୁଙ୍କ ମୁଖରୁ l ଅଥଚ ମୁଁ ଶୟନ ରୁ ଜାଗରଣ ମଧ୍ୟେ କେବେ ବି ତ ପାଇନି ଆଭାସ ସପନ ଟା କେମିତିଆ ଚିଜ କେମିତି ତା' ରଙ୍ଗ କି ଆକାର l ଗତ ରାତ୍ର ମଧ୍ୟ ଭାଗେ ଅଚାନକ ଦେଖିଲି ମୁଁମୋ ଜୀବନେ ଏକ ବ୍ୟତିକ୍ରମ ନିଦ୍ରା ଦେବୀ କୋଳେନିଘୋଡ଼ ନିଦେ ଶୋଇଥିବା ବେଳେ ଅବଚେତନ ମନେ ଶୁଣିଲି ମୁଁ ଏକ ନୂଆ କଣ୍ଠସ୍ୱର କେବେ ବି ଯେ ସ୍ୱର ମୋର ବାଜିନି କର୍ଣ୍ଣରେ l ଆତ୍ମ ପରିଚୟ ଦେଇ କହିଲା ସେ ମୋତେ ମୁଁ କୋରୋନା ଯେ ଥରାଇ ଦେଇଅଛି ଏ ସାରା ଜମାନା l କିଛି ବି ତ ଦୃଶ୍ୟମାନ ନଥିଲା ମୋ ପାଇଁ ଜାଣି ବି ପାରୁ ନଥିଲି ସିଏ ଭୁତ କି ଭୁତାଣୁ କ୍ଷଣଟିଏ ଥରି ଉଠିଲା ଛାତି ଝିମ ଝିମ ହୋଇଗଲା ତାଳୁ ରୁ ତଳିପା କେମିତି ବା ନ ହୁଅନ୍ତା ଯେ ତା'ରି ଲାଗି ଭୟଭୀତ ଆତଙ୍କିତ ସାରା ବିଶ୍ୱବାସୀ l ସଂଜ୍ଞାହୀନ ପଡ଼ିଥିଲି ଶେଯରେ ମୋହର କର୍ଣ୍ଣ ଭେଦି ହୃଦୟରେ ପିଟି ହେଉଥିଲା କୋରୋନା ର ସ୍ୱର ଧିକ୍କାରୁଥିଲା ଛଦ୍ମବେଶୀ ସମାଜକୁ ମୁଖରୁ ଉଦ୍ଗାରୁଥିଲା ହଳାହଳ ବିଷ l ଗୋଟେ ବର୍ଷ କେଇ ମାସ ମାତ୍ର ମୋର ଆଗମନ ମୁନାଫାଖୋର ମତଲବି ପ୍ରକୃତି ଧର୍ଷଣକାରୀ ଶୁଣ ମୋର ଅନ୍ତିମ ଆହ୍ୱାନ ଛାଡିଦିଅ ଅହଂକାର ଛଦ୍ମବେଶୀ ପ୍ରତାରଣା ଛଳନା ର ଧୂର୍ତ୍ତ କାରବାର l ପ୍ରକୃତିର ବିକୃତିରୁ ଜନ୍ମ ମୋର ଦେଖୁଛ ତ ଚତୁଃର୍ଦିଗ ଜଳୁଅଛି ହୁତୁହୁତୁ ନିଆଁଗ୍ରାମେ ଗ୍ରାମେ ନଗରେ ନଗରେ ଖାଲି ଅଲିଭା ଶ୍ମଶାନ l ଆସିଛି ମୁଁ ଦେଇଅଛି ସୁଧୁରିବା ସୁବର୍ଣ୍ଣ ସୁଯୋଗ ବେଳ ଥାଉଁ ବିଶ୍ୱବାସୀ କର ତା'ର ସୁ-ବିନିଯୋଗ ଅନ୍ୟଥା ମୋ ଅବିଚାର ଆଉ ବୋଧେ ନାହିଁ ଅଗୋଚର ବାଳବୃଦ୍ଧ ବୁଝିବିନି କିଛି ଗଢିବାକୁ ଏ ସାରା ବିଶ୍ୱକୁ କୁଢ଼ କୁଢ଼ ଶବ ର ସହର l===୦୦୦===https://youtu.be/kQSTPWzg9i4?si=rK38npldILatlHG0© ପୃଥ୍ଵୀ ପଟ୍ଟନାୟକ ବଂଶୀ କୁଞ୍ଜ , ବୋଦାପଳଶା, କେନ୍ଦୁଝର-୦୨ ଦୂ.ଭା. ୯୪୩୮୪୪୩୮୭୧