logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାରୋନା ପ୍ରାୟ ସଭିଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରିଥିଲା... ତେବେ ସେଇ ସମୟରେ କରୋନ ଯେପରି ପ୍ରଭାବିତ କରିଥିଲା... ସେଇ ଭାବନା ରେ ରଚନା କରିଥିବା ମୋର କରୋନା କାଳୀନ କବିତା " ଅନ୍ତିମ ଆହ୍ବାନ"

// ଅନ୍ତିମ ଆହ୍ୱାନ //

ଶୟନ କାଳେ ସପନ ର କଥା
ଶୁଣିଛି ମୁଁ ବହୁବାର
କେତେ ବେଳେ ବାପା ମାଆ
କେବେ ପୁଣି ଭ୍ରାତା ଭଗ୍ନୀ ବନ୍ଧୁଙ୍କ ମୁଖରୁ l

ଅଥଚ ମୁଁ ଶୟନ ରୁ ଜାଗରଣ ମଧ୍ୟେ
କେବେ ବି ତ ପାଇନି ଆଭାସ
ସପନ ଟା କେମିତିଆ ଚିଜ
କେମିତି ତା' ରଙ୍ଗ କି ଆକାର l

ଗତ ରାତ୍ର ମଧ୍ୟ ଭାଗେ
ଅଚାନକ ଦେଖିଲି ମୁଁ
ମୋ ଜୀବନେ ଏକ ବ୍ୟତିକ୍ରମ
ନିଦ୍ରା ଦେବୀ କୋଳେ
ନିଘୋଡ଼ ନିଦେ ଶୋଇଥିବା ବେଳେ
ଅବଚେତନ ମନେ ଶୁଣିଲି ମୁଁ ଏକ
ନୂଆ କଣ୍ଠସ୍ୱର
କେବେ ବି ଯେ ସ୍ୱର ମୋର ବାଜିନି କର୍ଣ୍ଣରେ l

ଆତ୍ମ ପରିଚୟ ଦେଇ କହିଲା ସେ ମୋତେ
ମୁଁ କୋରୋନା
ଯେ ଥରାଇ ଦେଇଅଛି ଏ ସାରା ଜମାନା l

କିଛି ବି ତ ଦୃଶ୍ୟମାନ ନଥିଲା ମୋ ପାଇଁ
ଜାଣି ବି ପାରୁ ନଥିଲି ସିଏ
ଭୁତ କି ଭୁତାଣୁ
କ୍ଷଣଟିଏ ଥରି ଉଠିଲା ଛାତି
ଝିମ ଝିମ ହୋଇଗଲା ତାଳୁ ରୁ ତଳିପା
କେମିତି ବା ନ ହୁଅନ୍ତା ଯେ
ତା'ରି ଲାଗି ଭୟଭୀତ ଆତଙ୍କିତ
ସାରା ବିଶ୍ୱବାସୀ l

ସଂଜ୍ଞାହୀନ ପଡ଼ିଥିଲି ଶେଯରେ ମୋହର
କର୍ଣ୍ଣ ଭେଦି ହୃଦୟରେ
ପିଟି ହେଉଥିଲା କୋରୋନା ର ସ୍ୱର
ଧିକ୍କାରୁଥିଲା ଛଦ୍ମବେଶୀ ସମାଜକୁ
ମୁଖରୁ ଉଦ୍ଗାରୁଥିଲା ହଳାହଳ ବିଷ l

ଗୋଟେ ବର୍ଷ କେଇ ମାସ ମାତ୍ର ମୋର ଆଗମନ
ମୁନାଫାଖୋର ମତଲବି ପ୍ରକୃତି ଧର୍ଷଣକାରୀ
ଶୁଣ ମୋର ଅନ୍ତିମ ଆହ୍ୱାନ
ଛାଡିଦିଅ ଅହଂକାର
ଛଦ୍ମବେଶୀ ପ୍ରତାରଣା ଛଳନା ର ଧୂର୍ତ୍ତ କାରବାର l

ପ୍ରକୃତିର ବିକୃତିରୁ ଜନ୍ମ ମୋର
ଦେଖୁଛ ତ
ଚତୁଃର୍ଦିଗ ଜଳୁଅଛି ହୁତୁହୁତୁ ନିଆଁ
ଗ୍ରାମେ ଗ୍ରାମେ ନଗରେ ନଗରେ ଖାଲି
ଅଲିଭା ଶ୍ମଶାନ l

ଆସିଛି ମୁଁ ଦେଇଅଛି ସୁଧୁରିବା ସୁବର୍ଣ୍ଣ ସୁଯୋଗ
ବେଳ ଥାଉଁ ବିଶ୍ୱବାସୀ କର ତା'ର ସୁ-ବିନିଯୋଗ
ଅନ୍ୟଥା ମୋ ଅବିଚାର ଆଉ ବୋଧେ ନାହିଁ ଅଗୋଚର
ବାଳବୃଦ୍ଧ ବୁଝିବିନି କିଛି
ଗଢିବାକୁ ଏ ସାରା ବିଶ୍ୱକୁ କୁଢ଼ କୁଢ଼ ଶବ ର ସହର l

===୦୦୦===
https://youtu.be/kQSTPWzg9i4?si=rK38npldILatlHG0

© ପୃଥ୍ଵୀ ପଟ୍ଟନାୟକ
ବଂଶୀ କୁଞ୍ଜ , ବୋଦାପଳଶା, କେନ୍ଦୁଝର-୦୨
ଦୂ.ଭା. ୯୪୩୮୪୪୩୮୭୧

170
19217 views

Comment