logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଦ୍ମପୁର ଅଂଚଳ କଲେଜ ପରିଷରରେ ୭୫ ତମ ବନମହୋତ୍ସବ ପାଳନ,

ପଦ୍ମପୁର ଅଂଚଳ କଲେଜ ପରିଷରରେ ୭୫ ତମ ବନମହୋତ୍ସବ ପାଳନ

ବରଗଡ଼ : (ଶୁଭମ ବାର୍ତ୍ତା) ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳ କଲେଜ ଠାରେ ବନୋମହୋତ୍ସବ ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନୋମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ ଦେଇ ବର୍ତ୍ତମାନ ଯୁଗରେ ପୃଥିବୀରେ ଯେଉଁଭଳି ଭାବରେ ଦୃତ ଗତିରେ ତାପମାତ୍ରା ବୃଦ୍ଧି ହୋଇ ପରିବେଶ ସନ୍ତୁଳନ ପାଇଁ ସମସ୍ୟା ସୃଷ୍ଟି କରୁଛି ତାକୁ ନିୟନ୍ତ୍ରଣ କରିବାପାଇଁ ତାପମାତ୍ରା ନିୟନ୍ତ୍ରିତ କୋଠରୀରେ ବନୋମହୋତ୍ସବ ବୈଠକ ନ କରି ଗଛର ଛାଇତଳେ ବୈଠକ କରାଗଲେ ବନୋମହୋତ୍ସବ ର ଆବଶ୍ୟକତା କୁ ଠିକ୍ ବୁଝିହେବ ଓ ବୃକ୍ଷ ରୋପଣ କରିବା ପାଇଁ ଆଗ୍ରହ ବଢିବ ବୋଲି କହି ଛାତ୍ର ଛାତ୍ରୀ ମାନେ ଚାହିଁଲେ ଦୃତ ତାପମାତ୍ରା ବୃଦ୍ଧି ଓ ପ୍ରଦୁଷଣ କୁ ରୋକିପାରିବେ ଓ ବୃକ୍ଷ ରୋପଣ ମାଧ୍ୟମରେ ପରିବେଶ କୁ ସନ୍ତୁଳନ କରାଯାଇ ନିୟତିର ନିୟନ୍ତ୍ରଣ ରେ ରଖାଯାଇ ପାରିବ ବୋଲି କହି ଆସାମର ଜୋରଠ ଗାଁ ର ଜଙ୍ଗଲ ମଣିଷ ଭାବରେ ପରିଚିତ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ମୋବାଇ ଓ ୨୦୧୭ ରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଭାରତର ସବୁଜ ମଣିଷ ଚେତେଲା ରେମେଆ ଙ୍କ ଉଦାହରଣ ଦେଇ କିଭଳି ଭାବରେ ସେମାନେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରି ଭାରତରେ ବଡ ଉଦାହରଣ ହୋଇ ପାରିଛନ୍ତି ତାହା ବୁଝାଇବା ସହ ଛାତ୍ର ଛାତ୍ରୀ ଙ୍କ ମନୋବଳ କୁ ବଢାଇ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କର ମଧ୍ୟରେ କଲେଜ ପରିଚାଳନା ପରିଷଦ ସଭାପତି ଗୋବିନ୍ଦ ପାଣିଗ୍ରାହୀ ତାଙ୍କ ମତାମତ ଉପସ୍ଥାପନା କରି ଅଂଚଳ କଲେଜ ସଦାବେଳେ ତାର ମର୍ଯ୍ୟାଦା ରହିଆସିଛି ଓ ଆଗକୁ ମଧ୍ୟ ମର୍ଯ୍ୟାଦା ବଢାଇ ଚାଲିଥିବ କହି ମତାମତ ଉପସ୍ଥାପିତ କରିଥିଲେ ଅନ୍ୟ ସଦସ୍ୟ ମୋତିଲାଲ ବରିହା , ପରିବେଶବିତ ମିନ କେତନ ସାହୁ, ପ୍ରକୃତି ବନ୍ଧୁ ତଥା ସମାଜସେବୀ ନିରୋଜ ଦୋରା ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷାବିତ ବିରଞ୍ଚି ସାହୁ ଅତିଥି ଙ୍କ ପରିଚୟ ଅତି ପ୍ରଦାନ କରିଥିଲେ । ପୂର୍ବରୁ କଲେଜ ର ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶେଷରେ ବୃକ୍ଷ ବଞ୍ଚିଲେ ପୃଥିବୀ ବଞ୍ଚିବ ଓ ପୃଥିବୀ ବଞ୍ଚିଲେ ଆମେ ସମସ୍ତେ ଜୀବଜଗତ ବଞ୍ଚିବ ବୋଲି ଏକ ନିଷ୍ପତ୍ତି ରେ ଉପସ୍ଥିତ ମୁଖ୍ୟ ଅତିଥି ବିଧାୟିକା ଙ୍କ ସମେତ ସମସ୍ତ ଅତିଥି, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ, ପରିବେଶବିତ ଓ ସମସ୍ତ ଛାତ୍ରଛାତ୍ରୀ , କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ। ଅଂଚଳ କଲେଜ ପରିସରରେ ବଉଳ , ପଣସ, ଅଶୋକ, ନିମ୍ବ, ମାୟା ପ୍ରଭୃତି ବୃକ୍ଷ ରୋପଣ କରାଯାଇଛି।

ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

154
1850 views

Comment