logo

ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କାଯ୍ୟ ବୁଲି ଦେଖିଲେ ଭୋଗରାଇ ବିଜେପି ଟିମ :

ଭୋଗରାଇ,୨୭/୬ (ଶିଶିର କୁମାର ପ୍ରଧାନ)
ବାଲେଶ୍ୱର ଜ଼ିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ କାନ୍ଥିଭଉଁରୀରେ ନିମନ୍ତ୍ରଣାଧୀନ ଓଡିଶା ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକୁ ଗୁରୁବାର ଭୋଗରାଇ ବିଜେପିର ଏକ ଦଳ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଦଳର ନେତା ଓ କର୍ମୀ ବିଦ୍ୟାଳୟ ଓ ଛାତ୍ରାବାସର କାଯ୍ୟ ବୁଲି ଦେଖିଥିଲେ । ଶ୍ରେଣୀ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଛାତ୍ରାବାସ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ବହୁ ନିମ୍ନ ମାନର ଉପକରଣ ବ୍ୟବହାର ହୋଇଥିବା ଅଭିଯୋଗ ଉଠାଇଛନ୍ତି । ଏନେଇ ବିଦ୍ୟାଳୟର ଚେୟାରମେନ ତଥା ବାଲେଶ୍ବର ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ‌। ବିଦ୍ୟାଳୟ ହସ୍ତାନ୍ତର ହେବା ପୂର୍ବରୁ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ କାର୍ଯ୍ୟର ଅନୁଧ୍ୟାନ ପାଇଁ ନିବେଦନ କରା ଯାଇଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଟିମ ପଠାଇ କାର୍ଯ୍ୟର କ୍ୟୁବିକ ତଦନ୍ତ ପାଇଁ ଦାବୀ କରିଛନ୍ତି ।

ବିବରଣୀରୁ ପ୍ରକାଶ, ଭୋଗରାଇର ଉପାନ୍ତ କାନ୍ଥିଭଉଁରୀରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ୭କୋଟି ୮ଲକ୍ଷ ୨୭ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରା ବାସ ପାଇଁ ୨.୫କୋଟି ଅର୍ଥ ମଞ୍ଜୁର ହୋଇଛି । ଉଭୟର କାଯ୍ୟଭାର ଫୁର୍ତ୍ତ ବିଭାଗକୁ ଦିଆ ଯାଇଥିଲା । ମୁଖ୍ୟ ସମସ୍ୟା ହେଲା ୨ବର୍ଷ ହେଲା ବିଦ୍ୟାଳୟର ପିଲାମାନେ ବହୁ ସମସ୍ୟା ମଧ୍ୟରେ ଗତିକରି ପାଖରେ ଥିବା ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପଢୁଛନ୍ତି । ବିଦ୍ୟାଳୟ କାର୍ଯ୍ୟ ପ୍ରାୟ ଶେଷ ହେବା ସହିତ ଆସନ୍ତା ୩୦ତାରିଖ ବିଭାଗ ହସ୍ତାନ୍ତର କରିବା କଥା। ମାତ୍ର ଆଜି ଅଚାନକ ବିଜେପି ଟିମ ପହଂଚି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସବୁଠାରୁ ବଡକଥା ଉଦଘାଟନ ହେବା ପୂର୍ବରୁ ଘରର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଯାଇଥିବାର ଦେଖିବାକୁ ମିଳୁଛି । ଏହାଛଡା ଦୁଇ ଛାତର ସଂଯୋଗ ସ୍ଥଳରେ ପାଣି ପଡି ଶ୍ରେଣୀ ଗୃହକୁ ବୋହି ଯାଉଛି । ଲଗା ଯାଇଥିବା କବାଟ ମଧ୍ୟ ଦହଲୁଛି । କାଯ୍ୟରେ ବ୍ୟବହାର ହୋଇଥିବା ଇଟା, ବାଲି, ରଡ ସବୁ ବହୁ ନିମ୍ନ ମାନର । ଘର ପ୍ଲାଷ୍ଟର ହୋଇ ରଙ୍ଗ କାର୍ଯ୍ୟ ଶେଷ ହୋଇଥିଲେ ବି କାନ୍ଥରେ ହାତଦେଲେ ଗଳି ପଢୁଛି । ଏଠାରେ ଲଗା ଯାଇଥିବା ଫ୍ୟାନ, ଟାଇଲ୍ସ, ପାଣି ଟେପ, ସୁଇଟି ଗ୍ଲାସ ଆଦି ଦାମୀ ପରିବର୍ତେ ସାଧାରଣ କମ୍ପାନୀର ଜିନିଷ ବ୍ୟବହାର ହୋଇଥିବା  ଅଭିଯୋଗ ଉଠାଇ ଛନ୍ତି । ଏହାଛଡା ଆଦର୍ଶ ବିଦ୍ୟାଳୟ ପାଇଁ ସ୍ଵତନ୍ତ୍ର ଟ୍ରାନ୍ସଫର୍ମର ଏଯାଏଁ ବସିନି କି ଗୃହରେ ବିଦ୍ୟୁତ ସଂଯୋଗ କାଯ୍ୟ ସରିନି । ଛାତ୍ରାବାସ ଭିତି ସ୍ଥାପନ ଏକ ବର୍ଷ ପୂରି ଥିଲେ ବି ଏଯାଏଁ ଗ୍ରେଟ ବିମ ପଢିନାହିଁ । ସେଥିରେ ବ୍ୟବହୃତ ହୋଇଥିବା ରଡ ମଧ୍ୟ ସାଧାରଣ କମ୍ପାନୀର ବୋଲି ଟିମ ପ୍ରତିକ୍ରିୟାରେ କହିଥିଲେ । ଏହା ସହିତ ବାତ୍ୟା ଆଶ୍ରୟସ୍ଥଳୀରେ ଦୟନୀୟ ଅବସ୍ଥାରେ ପିଲାଙ୍କ ପାଠ ପଢାକୁ ଅନୁଧ୍ୟାନ କରିବା ସହିତ ଅଧ୍ୟକ୍ଷା ସରିତା କରଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ଭୋଗରାଇ ବିଜେପି ନେତା ଆଶିଷ କୁମାର ପାତ୍ର,ଅଂଶୁମାନ ମହାନ୍ତି,ଅଶୋକ ଦାସ, ରାଧାକାନ୍ତ ପ୍ରଧାନ, ସତ୍ୟବ୍ରତ ଜେନା,ବିକାଶ ଚନ୍ଦ,ରାଜ କୁମାର ପାତ୍ର ପ୍ରମୁଖ ସାମିଲ ଥିଲେ ।

8
275 views