logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂର୍ବତନ ସରକାର, କେନ୍ଦୁଝର ଜିଲ୍ଲା ପ୍ରଶାସନ ତଥା କେନ୍ଦୁଝରିଆ ଜାଗ୍ରତ ପ୍ରହରୀଙ୍କର ନିଷ୍କ୍ରିୟତାର ଜୀବନ୍ତ ଦସ୍ତାବେଜ : ବୋଦାପଳଶା ଅରଡେଇ ପୋଲ

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟସ୍ଥିତ ଧରଣୀଧର ବିଶ୍ଵବିଦ୍ୟାଳୟ ଠାରୁ କେନ୍ଦୁଝର ଉପକଣ୍ଠ ଗ୍ରାମ ବୋଦାପଳଶା ସହ ସଂଯୋଗ କରୁଥିବା ରାସ୍ତା ରେ ପଡୁଥିବା ଅରଡେଇ ନଦୀ ଉପରେ ଏକ ପୋଲ ନିର୍ମାଣ ହୋଇ ସରକାରୀ ପଦାଧିକାରୀଙ୍କ ଦ୍ଵାରା ଉଦ୍ଘାଟନ ପର୍ବ ସମାପନ ର ପ୍ରାୟ ପାଞ୍ଚ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଦି ଚଳନକ୍ଷମ ହୋଇ ପାରିଲାନି, ଯାହା ଏକ ବିଡମ୍ବନା। ରାଜ୍ୟ ରାଜକୋଷ ର ଛଅ କୋଟି ରୁ ଅଧିକ ବ୍ୟୟ ଅଟକଳ ରେ ନିର୍ମିତ ଉକ୍ତ ପୋଲଟି ଦୀର୍ଘ ବର୍ଷ ଧରି ନଦୀ ଉପରେ ଏକ ଥୁଣ୍ଟା ବରଗଛ ପରି ଛିଡ଼ା ହୋଇ ପଡ଼ି ରହିଥିଲେ ସୁଦ୍ଧା ନା ସରକାର... ନା ଜିଲ୍ଲା ପ୍ରଶାସନ... ନା ହିଁ ସମାଜର ଜାଗ୍ରତ ପ୍ରହରୀ ବୋଲାଉଥିବା ସାମ୍ବାଦିକ ବନ୍ଧୁଗଣଙ୍କର ଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ଯାହା ଆଉ ଏକ ବିଡମ୍ବନା ର ବିଷୟ ।

ବର୍ତ୍ତମାନ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଗୁଞ୍ଜରଣ ଯେ ମୁଖ୍ୟ ରାସ୍ତାକୁ ନିର୍ମିତ ପୋଲ ସହ ସଂଯୋଗ କରୁଥିବା ଘରୋଇ ଜମି ଅଧିଗ୍ରହଣ କରା ନଯାଇ କୋଟି କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ପୋଲଟି ବାସ୍ତବରେ କାହା ସ୍ୱାର୍ଥରେ... ସଂପୃକ୍ତ ଠିକାଦାରଙ୍କ ବ୍ୟବସାୟିକ ଲାଭ ନା ବିଭାଗୀୟ ପଦାଧିକାରୀଙ୍କ ହତଗୁଞ୍ଜା ବା ସରକାରୀ ଶବ୍ଦ ରେ ପିସି ପାଇଁ ।

ଲେଖାଙ୍କନ ସିଦ୍ଧାନ୍ତ ଅନୁଯାୟୀ ଉକ୍ତ ପୋଲ ର ହ୍ରାସମୂଲ୍ୟ ମୂଲ୍ୟାଙ୍କନ କରାଗଲେ ବର୍ତ୍ତମାନର ଲିଖିତ ମୂଲ୍ୟ ପ୍ରାୟତଃ ଶୂନ୍ୟ ହେବାକୁ ବସିଲାଣି ଅଥଚ ପୋଲଟି ଚଳନକ୍ଷମ ହୋଇପାରିଲା ନାହିଁ ।

ଉକ୍ତ ରାସ୍ତା ରେ କେତେ କେତେ ସରକାରୀ ଅଧିକାରୀ.. ଆଞ୍ଚଳିକ ନେତୃବୃନ୍ଦ ଚଳପ୍ରଚଳ କରୁଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ପ୍ରତି କାହାର ବି ଆଗ୍ରହ ଦେଖାଯାଉନାହିଁ, ଯାହା କେବଳ ରାଜ୍ୟ ସମ୍ପତ୍ତିର ତୁଷାରପାତ ଭିନ୍ନ ଅନ୍ୟ କିଛି ନୁହେଁ ବୋଲି ଅଞ୍ଚଳବାସୀ ବିବେଚନା କରୁଛନ୍ତି ।

ବର୍ତ୍ତମାନ ଉକ୍ତ ପୋଲ ଅସାମାଜିକ ତତ୍ତ୍ଵ ମାନଙ୍କର ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପୋଲ ର ଉପର ଭାଗ ମଦ ବୋତଲ ର ଭଙ୍ଗା କାଚ ରେ ଭରି ଯାଇଛି, ଯାହା ସଂଲଗ୍ନ ଛାୟାଚିତ୍ର ଉପରେ ନଜର ପକାଇଲେ ନିଶ୍ଚିତ ବୁଝା ପଡ଼ିଯିବ ।

ନବ ନିର୍ବାଚିତ ସରକାର ଉପରେ ଏକ ଭରସା ରଖିଛନ୍ତି ଆଞ୍ଚଳିକ ଜନସାଧାରଣ । ତେବେ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ନ କରାଗଲେ ଯେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପଥ ଅବଲମ୍ବନ କରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

163
5749 views

Comment