logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଳାହାଣ୍ଡି ଜିଲ୍ଲାର ଜିଲ୍ଲାପରିଷଦ ମିଟିଂ ହଲ ଠାରେ ମାନ୍ୟବର ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଭିଡ଼ିଓ କନଫରେନ୍ସ ଚାଷୀ ମାନଙ୍କୁ ଦେଖା ଯାଇ ଥିଲା।

ଓଡ଼ିଶା/କଳାହାଣ୍ଡି/୧୮.୦୬.୨୦୨୪
ଆଜି ଦିନ ୪ ଘଣ୍ଟା ସମୟରୁ ଭବାନୀପାଟଣା ଜିଲ୍ଲାପରିଷଦ ମିଟିଂ ହଲ ଠାରେ ବନାରସରୁ ମାନ୍ୟବର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଚାଷୀ ମାନଙ୍କ ଆକାଉଣ୍ଟ କୁ ୧୭ତମ କିସ୍ତି ଜମା କରିବାର ସିଧା ପ୍ରସାରଣ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଚାଷୀ ମାନଙ୍କୁ ଦେଖା ଯାଇଥିଲା। କଳାହାଣ୍ଡି ର ଅନେକ ଲଭାର୍ଥି ଚାଷୀ ଯୋଗଦାନ କରି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସିଧା ପ୍ରସାରଣ ଦେଖି ବହୁତ ଉତ୍ସାହିତ ହୋଇଥିଲେ। କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଉକ୍ତ ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମରେ ଯୋଗଦାନ କରି ଚାଷୀ ମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝେଇ ଥିଲେ। କଳାହାଣ୍ଡି ଜିଲ୍ଲାପାଲ ମହାଶୟା ଓ ତାଙ୍କ ଅନେକ ସହକର୍ମୀ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର,ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀଯୁକ୍ତ କେଶରୀ ଦୁର୍ଗା, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆନନ୍ଦ କୁମାର ପାତ୍ର ଓ ଶ୍ରୀ ସୁଧୀର ମୁଣ୍ଡ,ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

193
16207 views

Comment