logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେବୀ ଙ୍କୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା।

ଓଡ଼ିଶା/କଳାହାଣ୍ଡି/ତା ୧୭.୦୬.୨୦୨୪
ଆଜି ସକାଳ ୧୦ ଘଣ୍ଟା ସମୟରେ କଳାହାଣ୍ଡି ଲୋକସଭାର ନବ ନିର୍ବାଚିତ ସାଂସଦ ଶ୍ରୀମତୀ ମାଳବିକ ଦେବିଙ୍କ ବାସ ଭବନକୁ ଯାଇ କଳାହାଣ୍ଡି ବିଜେପି କୃଷକ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆନନ୍ଦ କୁମାର ପାତ୍ର ତାଙ୍କ ବକ୍ତବ୍ୟ ମାଧ୍ଯମରେ ସାଂସଦ ଙ୍କୁ ଅନୁରୋଧ କରି କହିଲେ, ଧାନ ମଣ୍ଡିରେ ବିଜେଡ଼ି ସରକାର ସମୟରେ କୃଷକ ମାନଙ୍କୁ ବହୁତ ହଇରାଣ କରାଯାଉଥିଲା ଓ ୮/୧୦ କେଜି ଧାନ କଟନି ଛଟନି କରାଯାଉଥିଲା। ମଣ୍ଡିରେ ମାସ ମାସ ଧରି ଧାନ ପଡ଼ି ରହୁଥିଲା ଓ ବର୍ଷାରେ ଭିଜି ଗଜା ମଧ୍ଯ ହୋଇଯାଉଥିଲା। ବର୍ତ୍ତମାନ ଓଡିଶାରେ ବିଜେପି ସରକାର ଆସିଛି ଏଣୁ ଆପଣ କୃଷକ ମାନଙ୍କ ଅସୁବିଧା ସମୟରେ କୃଷକ ମାନଙ୍କ ସହିତ ଛିଡା ହୋଇ ତାଙ୍କ ଦୁଃଖର ସାଥୀ ହେବାପାଇଁ ଅନୁରୋଧ କରିଥିଲେ। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କେଶରୀ ଦୁର୍ଗା ତାଙ୍କ ବକ୍ତବ୍ୟରେ କହିଲେ କୃଷକ ହେଉଛନ୍ତି ଦେଷର ମେରୁଦଣ୍ଡ ତେଣୁ କଳାହାଣ୍ଡି କୃଷକ ମାନଙ୍କ ପ୍ରତି ସଦା ସର୍ବଦା ଦୃଷ୍ଟି ଦେବାପାଇଁ ନିହାତି ଆବଶ୍ୟକ ବୋଲି ସାଂସଦଙ୍କୁ ଅନୁରୋଧ କରିଥିଲେ। କୃଷକ ମୋର୍ଚ୍ଚାର ମଣ୍ଡଳ ସଭାପତି ମାନେ ନିଜ ନିଜ ଅଞ୍ଚଳର କୃଷକ ମାନଙ୍କ ଦୁଃଖ ସୁଖର ସାଥୀ ହୋଇ ଥାଆନ୍ତି, ତେଣୁ କୃଷକ ମାନଙ୍କ ଅସୁବିଧା ସମୟରେ ମଣ୍ଡଳ ସଭାପତି ମାନେ ଯଦି ଆପଣଙ୍କୁ ଫୋନ୍ କରି ଅସୁବିଧା ଜଣେଇବେ ତାହାଲେ ତାଙ୍କ ସହିତ ଯୋଗାଯୋଗ କରି ଅସୁବିଧାର ଆସୁ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ମଧ୍ୟ ଅନୁରୋଧ କରିଥିଲେ। ମାନନୀୟା ସାଂସଦ ଶ୍ରୀମତୀ ମାଳବିକା ଦେବୀ କୃଷକ ମୋର୍ଚ୍ଚା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଶ୍ଵାସନା ଦେଇ କହିଲେ, ଆସନ୍ତା ଧାନ ମଣ୍ଡି ସମୟରେ ମୁଁ ନିଜେ ମଣ୍ଡି ପରିଦର୍ଶନରେ ବୁଲିବି ଓ ନିଶ୍ଚିତ ଭାବରେ କୃଷକ ମାନଙ୍କ ଅସୁବିଧା ସମୟରେ ତାଙ୍କ ସହିତ ଛିଡା ହେବି। ଆଜିର ସମ୍ବର୍ଦ୍ଧନା ସଭାରେ କଳାହାଣ୍ଡି ଜିଲ୍ଲାର ବିଜେପି ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀଯୁକ୍ତ କେଶରୀ ଦୁର୍ଗା , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆନନ୍ଦ କୁମାର ପାତ୍ର, କୃଷକ ମୋର୍ଚ୍ଚାର ସମସ୍ତ ଜିଲ୍ଲା ଉପସଭାପତି, ଜିଲ୍ଲା ସମ୍ପାଦକ, ମଣ୍ଡଳ ସଭାପତି, ମଣ୍ଡଳ ସମ୍ପାଦକ, ଓ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

164
27220 views

Comment