logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

।। ବିଶ୍ଵ ରକ୍ତଦାତା ଦିବସ 2024 ପାଳିତ ।।



ନୂଆପଡା : ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପଡ଼ାଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ମିଳିତ ଆନୁକୂଲ୍ୟରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ସୂଚନାଯୋଗ୍ୟଯେ ଏହା ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ, ନୂଆପଡାର ତୃତୀୟ ବାର୍ଷିକ ଉତ୍ସବ ମଧ୍ଯ ଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ନୂଆପଡ଼ା ରାଜେନ୍ଦ୍ର ଢୋଲକିଆ,ସମ୍ମାନୀତ ଅତିଥି ଭାବରେ ସି. ଆର. ପିଏଫ୍ କମାଡେଣ୍ଟ ଏରିକ ଗିଲବଟ ଯୋସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ା. ଧରଣୀଧର ସେନାପତି , ଅଧ୍ୟକ୍ଷ ନାଭୋଦିତ୍ୟ ମହାବିଦ୍ୟାଳୟ ଖରିଆର ରୋଡ ମଧୁସୂଦନ ମୁଣ୍ଡ, ସମାଜସେବୀ ଅଭିଷେକ ପଣ୍ଡା ଏବଂ ମୁଖ୍ୟବକ୍ତା ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତତ୍ତ୍ୱାବଧାରକ ଡ଼ା. ଲଳିତ ମୋହନ ବିଶି ଯୋଗଦେଇ ଆଜିର ଦିନରେ ରକ୍ତର ଆବଶ୍ୟକତା, ରକ୍ତଦାନ କରି ମିଳୁଥିବା ଆତ୍ମ ସନ୍ତୋଷ ଓ ଉପକାରିତା ବିଷୟରେ ମତବ୍ୟକ୍ତ କରିଥିଲେ। ଏହି ଦିବସ ପାଳନ ଅବସରରେ ରକ୍ତଦାନ ବିଷୟରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡ଼ା ଓ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ତରଫରୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ମାନକୁ ମାନପତ୍ର, ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା । ମହାସଂଘ ତରଫରୁ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତ ଭଣ୍ଡାର ଅଧିକାରୀ ଡ଼ା. ବିକାଶ କୁମାର ଖୁରା ଓ ଟିମ୍ ୧୪ୟୁନିଟ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରୁଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

161
469 views

Comment