logo

*ମୃତ ଷଣ୍ଢ କୁ ବିଦ୍ଧିବଦ୍ଧ ଭାବେ ଅନ୍ତିମ ସଂସ୍କାର କରାଗଲା*

ଦାମନଯୋଡି: ଭେଜାପୁଟ ବଜାରରେ ସୋମବାର ସକାଳେ ଏକ ଷଣ୍ଢ ବୁଲୁଥିବା ବେଳେ ଏକ ଅଜଣା ଟ୍ରକ୍ ଧକ୍କା ଦେଇ ଚାଲିଯାଇଥିଲା । ତା' ଶରୀରରେ ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇ ଷଣ୍ଢଟି ରାସ୍ତାରେ ପଡ଼ି ରହିଥିଲା । ଏହା ଦେଖି ମହାବୀର ଯୁବକ ସଂଘର କେତେକ ଯୁବକ, ବଜାରର କିଛି ବ୍ୟବସାୟୀ ଷଣ୍ଢକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇ ପ୍ରାଣୀ ଚିକିତ୍ସକ ଦିବ୍ୟା ପଣ୍ଡାଙ୍କୁ ସୂଚନା ଦେଇଥିଲେ । ପ୍ରାଣୀ ଚିକିତ୍ସକ ତୁରନ୍ତ ପହଞ୍ଚି ଚିକିତ୍ସା ଆରମ୍ଭ କରିଥଲେ । ପ୍ରବଳ ଖରା ହେଉଥିବାରୁ ଷଣ୍ଢଟିକୁ ରାସ୍ତା ଠାରୁ ଦୂରରେ ଥିବା ଛାଇ ଓ ନିରୋଳା ସ୍ଥାନକୁ ନିଆ ଯାଇଥିଲା । ସେଠାରେ ରୀତିମତ ଚିକିତ୍ସା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା । ତେବେ ସ୍ଥାନୀୟ ବଜାରବାସୀ ଓ ମହାବୀର ଯୁବକ ସଂଘ ସଦସ୍ୟ ମାନେ ମିଶି ରୀତିନୀତି ଅନୁଯାୟୀ ଧୂପ ଦୀପ ଦେଇ ତାର ଅନ୍ତିମ ସଂସ୍କାର କରିଥଲେ ।

19
1972 views