logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କରଞ୍ଜିଆ ବନଖଣ୍ଡ ରେ ୨୭ଟିକିଆ ଝାରଖଣ୍ଡି ହାତୀପୋଲଙ୍କ ଉପଦ୍ରବ, ଲୋକେ ଆତଙ୍କିତ

କରଞ୍ଜିଆ ବନଖଣ୍ଡ ରେ ୨୭ଟିକିଆ ଝାରଖଣ୍ଡି ହାତୀପୋଲଙ୍କ ଉପଦ୍ରବ, ଲୋକେ ଆତଙ୍କିତ

Report_Deepak Kumar Mohanta, Karanjia
Date_୦୮/୦୬/୨୪
ଆଙ୍କର_କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଜାରି , ୨୭ଟିକିଆ ଝାରଖଣ୍ଡି ହାତୀପୋଲଙ୍କ ଉପଦ୍ରବ ଜାରି, ଗତକାଲି ବିଳମ୍ବିତ ରାତିରେ ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହଇ ଆସିଥିବା ହାତୀପଲ।ଗତକାଲି କରଞ୍ଜିଆ ବନଖଣ୍ଡର ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇଥିଲେ,ତେବେ ସନ୍ଧ୍ୟା ସମୟରେ ହାତୀ ମାନେ ବାହାରି ନିକଟ କରଞ୍ଜିଆ ସୁକୃଳି ରାସ୍ତାକୁ ଅବରୋଧ କରି ରଖିଥିବା ଦେଖିବାକୁ ମିଳିଥିଲା,ହାତୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା ଉପରେ ଛିଡା ହୋଇ ରହିବାରୁ ଉଭୟ ପୋଟ ରେ ଗାଡି ମୋଟର ଅଟକି ରହିଥିଲା, ବହୁ ବିଳମ୍ବରେ ହାତୀ ମାନେ ସୁନାପୋଷି,ଜାମୁତି, ଘରମାବେଡା ହେଇ ଖିଚିଂ ଗ୍ରାମରେ ରେ ପ୍ରଵେଶ କରିଥିଲେ, ତେବେ କିଛି ଜାଗାରେ ହଇଥିବା ଧାନ ଫସଲ କୁ ହାତୀ ମାନେ ନଷ୍ଟ କରିଥିବା ବେଳେ ବର୍ତ୍ତମାନ ମୟୁରଭଞ୍ଜ କେନ୍ଦୁଝର ସୀମାତ ବୈତରଣୀ ନଦୀର ରୁପାକୁଣ୍ଡ ନୀ ହାତୀପୋଲ ଡେରା ପକାଇ ଥିବା ଦେଖିବାକୁ ମିଳିଛି, ବର୍ତ୍ତମାନ ଖାଦ୍ୟର ଘୋର ଅଭାଵ ଥିବାରୁ ହାତୀ ମାନେ ଖାଦ୍ୟ ଅନ୍ଵେଷଣ ରେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛି, ତେବେ ବନବିଭାଗ ମଧ୍ୟ ଏଥି ପ୍ରତି ନଜର ରଖି ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି ।

149
13724 views

Comment