logo

ସ୍ୱାଧୀନତା ର 75 ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ପିଚୁ ରାସ୍ତା

3 ଜୁନ 2024, ସୁନ୍ଦରଗଡ଼ - ଜ଼ିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମପଞ୍ଚାୟତ ର ଗୀର୍ଜାଟୋଲୀ ଠାରୁ ଆରମ୍ଭ କରି ବିରଙ୍ଗାଟୋଲୀ ପର୍ଯ୍ୟନ୍ତ 2.5 କି.ମି ରାସ୍ତା ଅତି ଶୋଉଚନିୟ ଭଙ୍ଗା ଦୋଦୋରା ମାଟି ରାସ୍ତା l ଏହି ରାସ୍ତାରେ ପ୍ରତିଦିନ ସହସହ ଲୋକେ ଯିବା ଆସିବା କରିଥାନ୍ତି l ଦେଖିବାକୁ ଗଲେ ଏହି ରାସ୍ତା ଏମାନଙ୍କ ମୁଖ୍ୟ ରାସ୍ତା l ଗ୍ରାମବାସୀ ଅତି ଦୁଃଖ ର ସହିତ କହୁଛନ୍ତି ସ୍ୱାଧୀନତା ର 75 ବର୍ଷ ପରେ ମଧ୍ୟ ଆମ ମୁଖ୍ୟ ରାସ୍ତା ଅବସ୍ଥା ଏତେ ଖରାପ ଗୋଟେ ପିଚୁ ରାସ୍ତା ଟେ ହେଇପାରିଲା ନାହିଁ l ଏହି ରାସ୍ତାରେ ପ୍ରତିଦିନ 10 ରୁ 12 ଗାଁ ଲୋକେ ସୋରଡ଼ା କୁ ଆସିଥାନ୍ତି l ସେମାନଙ୍କ ଆବଶ୍ୟକ ପଡୁଥିବା ସମସ୍ତ ପ୍ରକାର କାମ ଯଥା :- ବ୍ୟାଙ୍କ କାମ, ପଞ୍ଚାୟତ କାମ, ହସ୍ପିଟାଲ, ATM, ଲ୍ୟାମ୍ପସ କାମ , R.I ଅଫିସ କାମ, ଜନସେବା କେନ୍ଦ୍ର ଆଦି ସବୁ ସୁବିଧା ତାଙ୍କ ସୋରଡ଼ା ଗ୍ରାମରେ ରହିଛି l ବାରମ୍ବାର ବ୍ଲକ ପ୍ରଶାସନ ରୁ ନେଇଁ ITDA ଙ୍କୁ ଜଣାଇବା ପରେ କାମ ହୋଇପାରୁନାହିଁ l ବିରଙ୍ଗାଟୋଲୀ ଠାରୁ ଗୀର୍ଜାଟୋଲୀ ପ୍ରଯନ୍ତ ମାଟିରାସ୍ତା ଥିବାରୁ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବର୍ତ୍ତମାନ ସମୟରେ ଏହି ମାଟିରାସ୍ତା ର ଅବସ୍ଥା ପୁରା ଖରାପ, ବର୍ଷା ଦିନରେ ଚାଲିବା ବହୁ କଷ୍ଟକର l ଗ୍ରାମବାସୀ ପ୍ରଶାସନ ଙ୍କୁ ଏହି ଅସୁବିଧା ର ସମାଧାନ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି l

72
3398 views