logo

ଆଗକୁ ଆହୁରି ଅସମ୍ଭାଳ ହେବ ତାତି, ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରହିପାରେ

ସୂତ୍ରରୁ ସୂଚନା ମିଳିଛି ।

ରାଉରକେଲା ଆଇଜିଏଚ୍‌କୁ ଆସିଥିବା ୩୪ଟି ଅସ୍ୱାଭାବିକ ମୃତ୍ୟୁ ମାମଲାରେ ୬ଜଣଙ୍କର ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସେପଟେ ଆଜି ରାଉରକେଲାରୁ ଆଉ ଜଣେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷିଛି । ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, ଭଦ୍ରକ ଓ ବାଲେଶ୍ୱରରେ ବିଜୁଳି ଓ ଘଡ଼ଘଡ଼ି ସହିତ ନିର୍ଧୁମ ବର୍ଷିଛି । ରବିବାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ୩, କନ୍ଧମାଳରୁ ୧, ରାୟଗଡ଼ାରେ ୧ ଓ ବଲାଙ୍ଗୀରରୁ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ସୋନପୁର ଓ ବଲାଙ୍ଗୀରରେ ୪୨.୩, ବୌଦ୍ଧରେ ୪୨.୧, ନୂଆପଡ଼ାରେ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି ।

12
3190 views