logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖଟିଆରେ ବୁହା ହେଲେ ଗର୍ଭବତୀ

ସ୍ୱାଧୀନତାର ସତସ୍ତରୀ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ | ପ୍ରକାଶ ଥାଉକି ଏହି ଗ୍ରାମରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଆଜି ଏହି ଗ୍ରାମର ସୁରଭି ନାଥ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିବା ସମୟରେ 102 କୁ ଫୋନ କରିବାରୁ 102 ଆସିଲା ସତ ମାତ୍ର ସେ ଗ୍ରାମକୁ ନା ପଶି ପାରିବାରୁ ପାଖାପାଖି 2 କିଲୋମିଟର ରାସ୍ତା ତାଙ୍କୁ ଗ୍ରାମବାସୀ ମାନେ ଖଟିଆରେ ବହି ନେଇ ଆମ୍ବୁଲାନ୍ସରେ ଛାଡିଲେ | ଏବେ ସେହି ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନନ୍ତପୁର ଚିକିତ୍ସାଳୟରେ ଭର୍ତି କରାଯାଇଅଛି | ଗ୍ରାମର ଲୋକେ ଆଜିବି ମୌଳିକ ଅଧିକରରୁ ବଞ୍ଚିତ | ପ୍ରଶାସନ ସବୁଜାଣି ନିରବଦ୍ରଷ୍ଟା ସାଜିଛି | ଏହି ସବୁକୁ ନଜରରେ ରଖି ଗ୍ରାମବାସୀ ମାନେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି | ଏଥି ସହିତ କହିଛନ୍ତି କି ଆଦର୍ଶ ଆଚାରଣ ବିଧି ଠାରୁ ଲୋକଙ୍କ ଜୀବନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଏଣୁ ପ୍ରଶାସନ ଚାହିଁଲେ ଏଠାରେ ଲୋକଙ୍କ ମୌଳିକ ଅଧିକାର ପାଇପାରିବେ ମାତ୍ର ଏଠାରେ ପ୍ରଶାସନ ରାଜନେତାଙ୍କ ହାତବାରିସୀ ସାଜି ଆଞ୍ଚଳ ପ୍ରତି ବୈମାତୃକ ମନଭାବ ରଖି ଉନ୍ନତି କରାଇ ଦେଉନାହାନ୍ତି | ଏବେ ଅପେକ୍ଷା ରହିଲା କେବେ ହେବ ଅଞ୍ଚଳର ବିକାଶ |

144
4592 views

Comment