ବିଜେପି ର ମିଶ୍ରଣ ପର୍ବ
ତେନ୍ତୁଳୀଖୁଣ୍ଟି (ଡିକେ ନ୍ୟୁଜ ) ନିର୍ବାଚନ ବିଗୁଲ ବାଜିବା ପରେ ନେତା କର୍ମୀ ମାନଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଏ l ବିଭିନ୍ନ କର୍ମୀ ନେତା ମାନେ ଏ ଦଳ ଛାଡି ସେ ଦଳ ସେ ଦଳ ଛାଡି ଏ ଦଳ ହୋଇଥାନ୍ତି l ନିର୍ବାଚନ ଅଳ୍ପ ଦିନ ବାକି ଥିବା ବେଳେ ନେତା ମାନେ ଗାଁ କୁ ଗାଁ ଘର କୁ ଘର ପ୍ରଚାର ବୁଲି ଭୋଟ ଭିକ୍ଷା କରୁଛନ୍ତି l ଆଜି ତେନ୍ତୁଳୀଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ଛାଡି ବିଜେପି ମିଶିଛନ୍ତି ସମିତି ସଭ୍ୟ ସରପଞ୍ଚ ୱାର୍ଡ ମେମ୍ବର ସମେତ ଶହ ଶହ କର୍ମୀ ଯୋଗ ଦେଇଥିବା ସୂଚନା ଦେଇଛନ୍ତି l ବିଜେଡି ଦଳରେ ଆମକୁ ଅଣଦେଖା କରାଯାଉଥିଲା ଆମକୁ କୌଣସି ବୈଠକ ରେ ଡକାଯାଉ ନ ଥିଲା ବୋଲି ସମିତି ସଭ୍ୟ ମତ ଦେଇଥିଲେ l ବିଜେପି ର ଆଦର୍ଶ ଜନ ହିତକର କାର୍ଯ୍ୟ କୁ ଦେଖି ଆମେ ବିଜେପି ଦଳ ରେ ସାମିଲ ହୋଇଅଛୁ l ଏଥିରେ ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ଅର୍ଜୁନ ତ୍ରିପାଠୀ ସମେତ ବିଜେପି ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ l ବିଜେଡି