logo

Satarka Bhubaneswar : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ନିୟମ ଆଣିଲା ଭାରତୀୟ ରେଳ।

Satarka Bhubaneswar : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ନିୟମ ଆଣିଲା ଭାରତୀୟ ରେଳ। ଏଣିକି ଘରେ ବସି ମୋବାଇଲ୍ ଆପ୍ରେ କରିପାରିବେ ଜେନେରାଲ୍ ଏବଂ ପ୍ଲାଟଫର୍ମ ଟିକେଟ୍। ତେବେ ଜିଓ ଫେନ୍ସିଂର ଆନ୍ତରିକ ସୀମାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ଯଦି ଆପଣ ରେଲୱେ ଷ୍ଟେସନ ଆଖପାଖରେ ଅଛନ୍ତି ତେବେ କେବଳ ଷ୍ଟେସନ ପରିସରରେ ହିଁ ଟିକେଟ କରିବା ପାଇଁ ଅନୁମତି ମିଳିବ।ସୂଚନା ଥାଉକି, ପୂର୍ବରୁ ୟୁଟିଏସ୍ ଅନ ମୋବାଇଲ୍ ଆପ୍ରୁ ଟିକେଟ ବୁକ୍ କରିବା ପାଇଁ ଜିଓ-ଫେନ୍ସିଂର ଦୂରତା ୨୦ କିମି ଥିଲା। ଅର୍ଥାତ୍ ଯାତ୍ରୀ କୌଣସି ଷ୍ଟେସନ ଠାରୁ ସର୍ବାଧିକ ୨୦ କିମି ଦୂରରେ ଥିଲେ ଜେନେରାଲ୍ ଏବଂ ପ୍ଲାଟଫର୍ମ ଟିକେଟ ବୁକ୍ କରିପାରୁଥିଲେ। ଏବେ ଏହି ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଏବେ ଯାତ୍ରୀମାନେ ଘରେ ବସି ସେମାନଙ୍କ ଟିକେଟ ବୁକିଂ କରିପାରିବେ। ଆଉ ଷ୍ଟେସନରେ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡିବ ନାହିଁ।

15
2493 views