logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଗକୁ ଥିବା ନିର୍ବାଚନ କୁ କେନ୍ଦ୍ର କରି ବିଭିନ୍ନ ଅଞ୍ଚଳରେ ଦଳପରିବର୍ତନ୍ କରିବାରେ ନେତା !

ପ୍ରତି ପାଞ୍ଚ ବର୍ଷ ରେ ଥରେ ବିଧାନ ସଭା ଏବଂ ଲୋକ ସଭା ନିର୍ବାଚନ ଆସୁଥାଏ। ପ୍ରତି ଥର ଅପେକ୍ଷା ଏଥର କିନ୍ତୁ ଦଳ ଡିଆ କାର୍ଯ୍ୟ କ୍ରମ ସାର ରାଜ୍ୟ ରେ ମୁଖ୍ୟ ଆକର୍ଷଣ ପାଲଟି ଯାଇଛି । ସେହି ଭଳି ଦଳ ଚୟନ କରିଥିବା ବିଧାୟକ ପ୍ରଥୀ କଥା କୁହନ୍ତୁ କି ଲୋକ ସଭା ପ୍ରାର୍ଥୀ ଙ୍କୁ ନେଇ ଦଳରେ ଗଷ୍ଟି କନ୍ଦଳ ଜୋର୍ ଧରିବାରେ ଲାଗିଛି। ଓଡ଼ିଶା ରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି କୁ ନେଇ ଚଳିତ ବର୍ଷ କଡା ଟକର୍ ହବ ବୋଲି ସାଧାରଣ ମହଲରେ ଶୁଣିବାକୁ ମିଳୁଛି । ଗୋଟେ ପଟେ ବିଜୁ ଜନତା ଦଳର କର୍ମୀ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କୁ ସଷ୍ଟ ଥର ଆସନରେ ବସେଇ ସାର ବିଶ୍ୱରେ ଅଭିଲିଖିତ କରିବା ପାଇଁ ଜୋର୍ ଧରିଥିବା କୁହାଯାଉଛି । ଅନ୍ୟ ପଟେ ଭାରତୀୟ ଜନତା ପାର୍ଟି ପ୍ରଧାନ ମନ୍ତ୍ରୀ ଙ୍କ ନେତୃତ୍ୱ ରେ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକୁ ଦେଖାଇ ପ୍ରଚାର ପ୍ରସାର କରି ରାଜ୍ୟ ରେ ସରକାର ଗଡିବା ଲାଗି ଦୃଢ ଚେଷ୍ଟା କରୁଛନ୍ତି । ଆଉ ଓଡ଼ିଶା ରେ କଂଗ୍ରେସ ର କଥା ନ କହିଲେ ଭଲ , କଂଗ୍ରେସ ପାର୍ଟି ଦିନକୁ ଦିନ ପତନ ହେବା ରେ ଲାଗିଛି । ହେଲେ କଂଗ୍ରେସ ପାର୍ଟି ର ପୂର୍ବରୁ ଯେଁଉ ଗୋଷ୍ଟି କନ୍ଦଳ ଦେଖାଦେଊଥିଲା ଠିକ୍ ସେହିଭଳି ଆଜିବି ସେଇ ଗୋଷ୍ଟି କନ୍ଦଳ ଥମିବାରେ ନା ନେଉନି । ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ସମ ଭାବରେ ପ୍ରତିଦ୍ବନ୍ଦୀ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଦଳ ଗୁଡ଼ିକ ଓଡ଼ିଶାରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସାଧାରଣ ମହଲରେ ଚର୍ଚ୍ଚା । ବ୍ରହ୍ମପୁର ଲୋକ ସଭା ଆସନ ରୁ ବିବାଦୀୟ ନେତା ତଥା ପୂର୍ବତନ ଗୋପାଳପୁର ବିଧୟକ୍ ଡ ପ୍ରଦୀପ ପାଣିଗ୍ରାହୀ ଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କଲାପରେ ଭାରତୀୟ ଜନତା ପାର୍ଟି ରେ ସମିଲ୍ ହୋଇ ଲୋକ ସଭା ପ୍ରାଥି ହୋଇଛନ୍ତି । ଠିକ୍ ସେହିଭଳି ପୂର୍ବ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ର ବ୍ରହ୍ମପୁର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ବୃଗୁବକ୍ସି ପାତ୍ର ନିଜ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇ ଲୋକ ସଭାପ୍ରାଥି ଭାବେ ପ୍ରତିଦ୍ବନ୍ଦ୍ବିତା କରିଆସୁଛନ୍ତି । କିନ୍ତୁ ପୂର୍ବ ନିର୍ବାଚନ ରେ କଂଗ୍ରେସ ରୁ ଯାଇ ବିଜୁଜନତା ଦଳର ଲୋକ ସଭାପ୍ରଥି ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ପରାଜୟର ସ୍ବାଦ ଚାଖିଥିଲେ ବୃଗୁବକ୍ସି ପାତ୍ର । ଏଥର କିନ୍ତୁ ବୃଗୁ ବିଜୟ ଲାଭ କରିବେ କହି ଦୃଢ ବିଶ୍ବାସ ରଖିଥିବା ବେଳେ ସେପଟେ ପ୍ରଦୀପ ପାଣିଗ୍ରାହୀ କହୁଛନ୍ତି ଓଡ଼ିଶା ସରକାର ର ଏଥର ଲେଖା ଛିଡ଼ିବ। ବାକି ରହିଲା ଚଳିତ ନିର୍ବାଚନ କିଏ ବାଜୀମାରିବ ?

155
1 comment
12785 views

Comment
  • Dinesh Patro

    Good Analysis.....