logo

ଜଙ୍ଗଲ ରୁ କୁଟ୍ରାର ମୁଣ୍ଡ ଓ ହନୁ ମାଙ୍କଡ଼ର ଶୁଖିଲା ମାଂସ ଜବତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ସୁଡ୍ରୁକୁମ୍ପା ରେଞ୍ଜର ପାଣିସାଲ ଅଂଚଳରୁ ଜଙ୍ଗଲି କୁଟ୍ରାର ମୁଣ୍ଡ ଓ ହନୁ ମାଙ୍କଡ଼ର ଶୁଖିଲା ମାଂସ ଜବତ କରାଯାଇଛି। ଏହା ସହିତ ଜଙ୍ଗଲି ଜନ୍ତୁଙ୍କ ଶୀକାର କରୁଥିବା ଗୋଟିଏ 9 ଜଣିଆ ଦଳକୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି ବିଭାଗ, ଗିରଫ ଅଭିଯୁକ୍ତ ଜଣକ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଛିନିମାହୁଲ ଗାଁର ରମେଶ ଭେଙ୍ଗରା (୪୫)ବୋଲି ଜଣାପଡିଛି। ତାଠାରୁ ସଦ୍ଯ କୁଟ୍ରା ମାଂସ ୪ କିଲୋ ଓ ମୁଣ୍ଡ ସମେତ ହନୁ ମାଙ୍କଡ଼ର ଶୁଖିଲା ମାଂସ ୧ କିଲୋ ସମେତ ଶୀକାର କାର୍ଯ୍ୟରେ ବ୍ଯବହାର ହେଉଥିବା ଟାଙ୍ଗିଆ,ଛୁରୀ, ଦଉଡି, ଜାଲ ଏବଂ ଗୁଲେଟ୍ ଆଦି ଅନ୍ୟାନ୍ୟ ଜିନିଷ ସବୁ ଜବତ କରାଯାଇଛି। ଫୁଲବାଣୀ ଡିଏଫଓ ପ୍ରଶାନ୍ତ କୁମାର ପଟେଲ ଆଜି ଏହି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ସଂକ୍ରାନ୍ତରେ ଏକ ମାମଲା ୧/୨୦୨୪ ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଗତ ୨ ତାରିଖରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଜାରିଥିବା ପାଟ୍ରୋଲିଂ ବେଳେ ପାଣିଶାଲ ଜଙ୍ଗଲରେ ଏହି ଶୀକାରୀ ମାନଙ୍କ ସହ ମୁହାଁମୁହିଁ ହୋଇଥିଲା ଜଙ୍ଗଲ କର୍ମଚାରୀ । ସେମାନଙ୍କୁ ଦେଖି ଅନ୍ୟ ୮ ଜଣ ସେଠାରୁ ଖସି ପଳାଇଥିଲେ। ତେବେ ସେମାନଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ଡିଏଫଓ ପ୍ରଶାନ୍ତ ପଟେଲ କହିଛନ୍ତି

0
1265 views