logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ପଞ୍ଚ ପଟ୍ଟମାଳି ନାଟ୍ୟ ମହୋତ୍ସବ ଉଦଘାଟିତ* *ପ୍ରଥମ ଦିନର ନାଟକ ତୋର୍ କିରିଆ*

ପଞ୍ଚ ପଟ୍ଟମାଳି ନାଟ୍ୟ ମହୋତ୍ସବ ଉଦଘାଟିତ
----------------------------------------
ଦାମନଯୋଡି,୩।୪()ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ଅଷ୍ଟାଦଶ ପଞ୍ଚପଟ୍ଟ ମାଳି ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ନାଲକୋର ମୂଖ୍ୟ ଦୁର୍ନିତି ନିବାରଣ ଅଧିକାରି ସୋମନାଥ ହାଁସଦା ମୂଖ୍ୟ ଅତିଥି, ନାଲକୋର ସମୁହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା, କମୋଳ ଲୋଚନ ଜେନା, ସଞ୍ଜୟ ଗୁପ୍ତା, ଭିଏସଏସ ଆନନ୍ଦ,ୟାଇ କେ ଭାସ୍କର, ମହାପ୍ରବନ୍ଧକ ଚନ୍ଦ୍ର ମୋହନ ମହନ୍ତ, ସରୋଜ କୁମାର ନାଥ ଅତିଥିଭାବେ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ବିଚାରକ ଭାବେ ବ୍ରଜେନ୍ଦ୍ର ନାୟକ, ଧିରେନ୍ଦ୍ର କୁମାର ବଶା, ଗିରିଜା କୁମାର ଚୌଧୁରୀ ଦାୟିତ୍ବ ତୁଲାଇ ଥିଲେ। ବେଲପାହାଡ଼ ର ମିଟର ଥିଏଟର ଦ୍ବାରା ତୋର୍ କିରିଆ ମଞ୍ଚସ୍ଥ ହୋଇଥିଲା।ମା ଛେଉଣ୍ଡ ଛରନା ସହ ଜଣେ ସହର ବାବୁ ଙ୍କ ପ୍ରେମ କାହାଣି କୁ ନେଇ ନାଟକ "ତୋର୍ କିରିଆ" ମଞ୍ଚସ୍ଥ। ସରନା ଶବର ମାନଙ୍କ ଉନ୍ନତିର କଥା କୁହେ। ଶବର ପଲ୍ଲୀର କୁ ସଂସ୍କାର, କୁ ପ୍ରଥା ଆଦିକୁ ପରିବତର୍ତ୍ତନ କରିବା ପାଇଁ ସହରି ବାବୁ ଚେଷ୍ଟା କରୁଥାନ୍ତି। କିନ୍ତୁ ଶବର ମାନେ ଏହାକୁ ଗ୍ରହଣ ନ କରି ତାଙ୍କୁ ବିରୋଧ କରନ୍ତି। ବଳି ପକାଇବାକୁ ମଧ୍ୟ ପଛାଇ ନାହାନ୍ତି। ସହରି ବାବୁ ଙ୍କୁ ଆକ୍ରମଣ କଲା ବେଳେ ଶବରୀ ଝିଅ ସରନା ସହରି ବାବୁ ଙ୍କୁ ବଞ୍ଚାଇବାକୁ ଯାଇ ମୃତ୍ୟୁ ବରଣ କରେ ।ମା ଛେଉଣ୍ଡ ଝିଅ ମୃତ୍ୟୁ ପୂର୍ବରୁ କିରିଆ(ରାଣ)ପକାଇ ଶେଷ ନିଶ୍ବାସ ତ୍ୟାଗ କରେ ।ଶେଷରେ ଶବର ପଲ୍ଲୀର ସମସ୍ତ ଜନ ସାଧାରଣ ଅନ୍ଧ ବିଶ୍ବାସ, କୁ ସଂସ୍କାର ଓ କୁ ପ୍ରଥାକୁ ବର୍ଜନ କରି ସମାଜର ମୂଖ୍ୟ ଶ୍ରୋତ ରେ ସାମିଲ କରିବାକୁ ସରନା ଦେଇଥିବା ରାଣ କୁ ପାଳନ କରନ୍ତି। ନାଟକ କୁ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ସୁବାଷ ଚନ୍ଦ୍ର ପ୍ରଧାନ, ଅଭିନୟ ରେ ଶରତ ସାହୁ, ଗୋବିନ୍ଦ ପରିଡା,ଆୟୁସି ପଟନାୟକ ,ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ। ନାଟକ ପ୍ରତିଯୋଗିତା ର ସଭାପତି ନିରାକାର ନାୟକ, ସମ୍ପାଦକ ଶିଶିର କୁମାର ମିଶ୍ର, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁପସା ଗୃପ ତରଫରୁ ସ୍କାକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

37
957 views

Comment