logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭବାନୀଶଙ୍କର ନିଆଲଙ୍କ ଉପରୁ ନିଲମ୍ବିତ ଆଦେଶ ପ୍ରତ୍ୟାହାର

ଓଡିଶା କଳାହାଣ୍ଡି;(ଗୋପାଳ ଦାସ ମହାନନ୍ଦ):ବିଜେଡି ଦଳରୁ ବିଜେଡି ର ବରିଷ୍ଠ ନେତା ଭବାନୀ ଶଙ୍କର ନିଆଲଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି କୁ ନିଲମ୍ବିତ ପ୍ରତ୍ୟାହାର କରାଯିବା ଘଟଣାକୁ ନେଇ ବିଜେଡି ନେତା ଓ କର୍ମି ମହଲରେ ଖୁସିର ଲହରୀ ଖେଳିଯାଇଛି।
ବେଦାନ୍ତକୁ ଖଣିଦେବା ଦାବିକରି ବିଜେଡିର ବରିଷ୍ଠ ନେତା ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଭବାନୀପାଟଣାରେ ଏକ ସେମିନାର ଓ ଶୋଭାଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସେମିନାର ଓ ଶୋଭାଯାତ୍ରା ବିଜେଡି ଦଳୀୟ ନୁହେଁ। ଏହା ସମ୍ପୂର୍ଣ୍ଣ ନିଆଲଙ୍କ ନିଜସ୍ୱ କାର୍ଯ୍ୟକ୍ରମ ଓ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହିତ ଆଦିବାସୀ ବିରୋଧୀ ଆଖ୍ୟା ଦେଇ ନିଆଲଙ୍କୁ ବିଜେଡି ଦଳରୁ ନିଲମ୍ବିତ କରାଯାଇଥିଲା। ସେହି ଦିନଠାରୁ ଅର୍ଥାତ ୧୦ ମାସଧରି ନିଆଲଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ଦିଆଯାଇନଥିଲା କିମ୍ବା ନିଆଲ ମଧ୍ୟ ଦଳର ଶୃଙ୍ଖଳା ଭଙ୍ଗ ନ କରି ଦଳୀୟ କାର୍ଯ୍ୟକ୍ରମଠାରୁ ନିଜକୁ ଦୁରେଇ ଆସିଥିଲେ। ନିଆଲଙ୍କ କାର୍ଯ୍ୟଶୈଳୀକୁ ଆଖି ଆଗରେ ରଖି ଜିଲ୍ଲାର ବିଜେଡି ର ମଙ୍ଗ ଧରିଥିବା ଦଳୀୟ ନେତାମାନେ ନିଆଲଙ୍କ ଉପରୁ ନିଲମ୍ବିତ ଆଦେଶ ପ୍ରତ୍ୟାହାର କରିନେବା ପାଇଁ ଦଳର ନେତୃ ମଣ୍ଡଳୀଙ୍କ ନିକଟରେ ଦାବି କରିବା ସହିତ ନିଆଲ ପୂର୍ବପରି ଦଳୀୟ କାର୍ଯ୍ୟକ୍ରମ ରେ ଭାଗ ନେବାପାଇଁ କହିଥିଲେ । ନିଆଲଙ୍କ କାର୍ଯ୍ୟଶୈଳୀକୁ ତର୍ଜମାକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଆଲଙ୍କ ଉପରକୁ ନିଲମ୍ବିତ ପ୍ରତ୍ୟାହାର କରାଯାଇଛି ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚିଠି ରୁ ଜଣାଯାଏ। ଯାହାକୁ ନେଇ ଜିଲ୍ଲା ବିଜେଡି ନେତା ଓ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

153
8144 views

Comment