logo

ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା

କୋରାପୁଟ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା ସରସ୍ୱତୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ସହରର ଶିଶୁ ମନ୍ଦିର,ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ସରକାରୀ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ଗୁଡିକରେ ମା ବାଗଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ଏହି ବିଦ୍ୟାଳୟ ଗୁଡିକର ପୂଜାମଣ୍ଡପ ସୁସଜ୍ଜିତ ଆଲୋକମାଳାରେ ଝଲସୁଥିବା ବେଳେ ରୀତିନୀତି ଆଧାରରେ ମା ଙ୍କ ପୂଜା କରି ଆଶିଷର କାମନା କରିଛନ୍ତି । ପରେ ସମସ୍ତ ଅନୁଷ୍ଠାନ ଗୁଡିକରେ ନୂତନ ଭାବେ ଶିକ୍ଷା ଆରମ୍ଭ କରିବାକୁ ଯାଉଥିବା କୁନି କୁନି ପିଲା ମାନଙ୍କର ଖଡିଛୁଆଁ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି ଅବସରରେ କୋରାପୁଟ ଶିଶୁ ମନ୍ଦିରରେ କଳସ ଯାତ୍ରା,ଗ୍ରନ୍ଥ ଶୋଭାଯାତ୍ର ଓ ନୂତନ ଭାବେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିବା ଶିଶୁ ମାନଙ୍କୁ ନେଇ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

4
913 views