logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟନାରାୟଣ ପଙ୍କଜ ।

ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟ ପରିସରରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ IPS ଅଫିସର ଜୟନାରାୟଣ ପଙ୍କଜ । ପୁର୍ବତନ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଜୟନାରାୟଣ ପଙ୍କଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ନୂତନ ଆଜି ଙ୍କୁ ସ୍ଥାନୀୟ କାର୍ଯ୍ୟାଳୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଏସପି ଡ.ଶର୍ବଣା ବିବେକ ଏମ, ଗଂଜାମ ଏସପି ଜଗମୋହନ ମୀନା ଙ୍କ ସମେତ ସହରର ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ନୁତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଜି ଜୟନାରାୟଣ ପଙ୍କଜ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇବା ସହିତ ପୁରାତନ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆସନ୍ତା ଦିନରେ ପୋଲିସ କିଭଳି ଭାବେ ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ୟ କରିବ ସେଥି ପ୍ରତି ଦୃଷ୍ଟି ଦିଆଯିବ ଏବଂ ଅପରାଧୀକ ତତ୍ତ୍ବ କୁ ବରଦାସ୍ତ କରାଯିବ ନାହିଁ ବୋଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଜି ଜୟନାରାୟଣ ପଙ୍କଜ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

187
17023 views

Comment