logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚେନ୍ନାଇ ଝଡ଼ବର୍ଷା ରେ ଫଶିଲେ ଅଭିନେତା ଅମୀର ଖାଁନ

କଟକ/ଚେନ୍ନାଇ : ଚେନ୍ନାଇ ରେ ଦେଖିବାକୁ ମିଳିଛି ସାମୁଦ୍ରିକ ଝଡ଼ ମିଗଜୋମ୍‌ର ପ୍ରଭାବ । ପ୍ରବଳ ବର୍ଷା ହେବାରୁ ଦୁଇଦିନ ଧରି ଚେନ୍ନାଇରେ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ବଲିଉଡ୍‌ ଅଭିନେତା ଅମିର ଖାନ୍‌, ବିଷ୍ଣୁ ବିଶାଲ, ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଝଡ଼ବର୍ଷାରେ ଫସିଥିଲେ।
ସୂଚନା ଅନୁଯାୟୀ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ଅମିର ଖାନ୍‌ଙ୍କ ଧୈର୍ଯ୍ୟକୁ ତାମିଲନାଡ଼ୁର ଶିଳ୍ପମନ୍ତ୍ରୀ ଡ ଟିଆର୍‌ବି ରାଜା ପ୍ରବଳ ପ୍ରଶଂସା କରିଛନ୍ତି। ଅଭିନେତା ଅମିର ଖାନ୍‌ଙ୍କ ମା’ ଚେନ୍ନାଇରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ଅମିର ମଧ୍ୟ ଚେନ୍ନାଇରେ ରହୁଥିଲେ। ଉଦ୍ଧାର ପରେ ପ୍ରଶାସନ ଓ ଗଣମାଧମ କୁ ଧନ୍ୟବାଦ ଜଣାଇଛନ୍ତି.

161
630 views

Comment