logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ବାରିପଦା: - ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ମାନ୍ୟବର ବିଚାରପତି ସୁମିତା ଜେନା। ଏଥି ସହିତ ୫ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୯ ମାସର କାରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହାଛଡା ପୀଡିତାକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଡିଙ୍ଗିରିଆ ଗ୍ରାମର ତ୍ରିନାଥ ପାତ୍ର (୨୯)। ସୂଚନା ଅନୁଯାୟୀ, ତ୍ରିନାଥ ପାତ୍ର ବିବାହ ପରେ ନିଜ ପତ୍ନୀଙ୍କୁ ଅନେକ ସମୟରେ ନିର୍ଯାତନା ଦେଇ ଆସୁଥିଲା। ବିବାହ ସମୟରେ ୩୦ହଜାର ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଯୌତୁକ ନେଇଥିବା ବେଳେ ଆହୁରି ୫୦ହଜାର ଟଙ୍କାର ଆଣିବା ପାଇଁ ପତ୍ନୀଙ୍କୁ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲା। ତାଙ୍କ ପତ୍ନୀଙ୍କ ନାବାଳିକା ସାନ ଭଉଣୀ ଥରେ ତ୍ରିନାଥଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ତାକୁ ତ୍ରିନାଥ ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିବା ସହ ଏ ବାବଦରେ ପରିବାର ଲୋକଙ୍କୁ ଜଣାଇଲେ ଜୀବନରୁ ମରିଦେବ ବୋଲି ପିଡିତାଙ୍କୁ ଧମକ ଦେଇଥିଲା। କିଛି ଦିନ ପରେ ପିଡିତାଙ୍କ ବାପା ଆସି ତାଙ୍କୁ ଘରକୁ ନେଇଯିବା ପରେ ସମସ୍ତ ଘଟଣା ବାବଦରେ ପରିବାର ଲୋକଙ୍କ ନିକଟରେ ଜଣାଇଥିଲା ନାବାଳିକା ଜଣକ। ଏନେଇ ପିଡିତାଙ୍କ ବାପା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି କେଶ ନମ୍ବର ୯୪/୨୦୧୮ରେ ଏକ ମାମଲା ରୁଜୁ କରିବା ସହ ପୀଡିତା ନାବାଳିକାର ବୟାନ ରେକର୍ଡ କରିଥିଲା ପୋଲିସ। ଏଥି ସହିତ ଏକ ମାମଲା ରୁଜୁ କରି ଆସାମୀ ତ୍ରିନାଥ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାର ବିଚାର ସମୟରେ ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତି କରି ମାନ୍ୟବର କୋର୍ଟ ରାୟ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମାମଲାକୁ ପୋକସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

182
26795 views

Comment