ପୁଣି ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା; ୩ଟି ଟ୍ରେନ୍ ମଧ୍ୟରେ ଧକ୍କା
ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ । ହେଲେ ଦୁର୍ଘଟଣାରେ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ପିଟିବା ଫଳରେ ଲାଇନ୍ଚ୍ୟୁତ ହୋଇଛି ବଗି । ସେହିପରି ପଲାସାର ଗୋଟିଏ ବଗି ମେନ୍ ଲାଇନ୍ରେ ପଡ଼ିବାରୁ ଦୁର୍ଘଟଣା ହୋଇଛି । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇ ଥିବା ସୁଚନା।