logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଉପଲକ୍ଷେ ଜଣା-ଅଜଣା କାର୍ଯ୍ୟକ୍ରମ ଆୟୋଜିତ

ଦେବଗଡ଼, ତା. ୦୮.୦୬.୨୦୨୬ ରିଖ :-
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧୯-ଦେବଗଡ଼ ନିର୍ବାଚନ ମଣ୍ଡଳୀରେ, ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକ୍ ଓ ପୌରାଞ୍ଚଳରେ ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ (SIR) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ ଏବଂ ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା।
ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତ ଭୋଟରଙ୍କ ସକ୍ରିୟ ସହଯୋଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆଜି ରିଆମାଳ ବ୍ଲକ୍ କଲ୍ୟାଣ ମଣ୍ଡପରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ଏକ ଜଣା-ଅଜଣା (Quiz) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଭାଗ ନେଇ ନିର୍ଭୁଲ ଭାବେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ପ୍ରମୁଖ ଭାବେ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ସହକାରୀ ନିର୍ଦ୍ଦେଶକ (ଉଦ୍ୟାନ କୃଷି) ଅନ୍ତର୍ଯ୍ୟାମୀ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଏଲ୍‌ଡିଏମ୍ ଆର୍‌.କେ. ମହାନ୍ତି ଓ ବନ ବିଭାଗର ନିରଞ୍ଜନ ଧିରୁଆ ଉପସ୍ଥିତ ଥିଲେ।
ସଠିକ୍ ଉତ୍ତର ଦେଇଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି ଓ ଅତିରିକ୍ତ ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଦିଲୀପ କୁମାର ପ୍ରଧାନଙ୍କ ଦ୍ୱାରା SIR କ୍ୟାପ୍ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରଶ୍ନୋତ୍ତର ଅଂଶକୁ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁ ପରିଚାଳନା କରିଥିଲେ। ତାଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହଯୋଗ କରିଥିଲେ।
ଏହି ଅବସରରେ ବହୁ ସଂଖ୍ୟକ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

0
12 views

Comment