ଶ୍ରୀଶ୍ରୀ ଆଚାର୍ଯ୍ଯ ଦେବଙ୍କ ୫୯ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ, ନଖରା,ଭୁବନେଶ୍ୱର
ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଶୁଭ ୫୯ତମ ଜନ୍ମଦିବସ ଉପଲକ୍ଷେ
ରକ୍ତଦାନ ଶିବିର ଆୟୋଜିତ
ନଖରା:- ୦୮.୦୬.୨୦୨୬
ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟଦେବଙ୍କ ଶୁଭ ୫୯ତମ ଜନ୍ମ୍ ଦିନ ପାଳନ ଅବସରରେ
ଓଡ଼ିଶା ରକ୍ତଦାତା ମହାସଂଘ ଓ ସତସଙ୍ଗ ଗ୍ରୁପର ମିଳିତ
ଆନୁକୁଲ୍ୟରେ ନଖରା ସ୍ଥିତ ସମ୍ ହସ୍ପିଟାଲ କ୍ୟାମ୍ପସ -୨ଏକ ଇନ୍ ହାଉସ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ହସ୍ପିଟାଲ୍ ସୁପରିଟେଡେଣ୍ଟ ପ୍ରଫେସର୍ ଡ଼ାଃ ରାଜେଶ ଲେଙ୍କା, ଡ଼ାଃ ରଜେଶ ସେଠୀ ଆଡିସନlଲ ଡିନ,ସମ୍-୨ ଟ୍ରଂlନସ୍ଫୁଜନ ମେଡିସିନ ବିଭାଗର ମୁଖ୍ୟ ଡଃ ପଙ୍କଜ ପରିଡା ଓ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରି ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଉପସ୍ଥିତିରେ ଉଦଘାଟନ କରିଥିଲେ ଶିବିରରେ। ଡ଼ାଃ ଆର୍ୟlନ ଘୋଷଙ୍କ ତତ୍ବାବଧାନରେ ,ସ୍ମୃତି ଲେଙ୍କା ଓ ଆଲିପସା ରାଉତ ସର୍ବ ମୋଟ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ରକ୍ତଦାତା ମହାସଂଘର ରାଜେଶ କୁମାର ପଣ୍ତା ,ରାଜୀବ ବିଶ୍ୱାଳ ,ଏମ୍ ସୁଲେମାନ ରକ୍ତ କେନ୍ଦ୍ରର ପି. ଆର. ଓ. ପ୍ରଭାତୀ ଜେନା ଓ ଭବାନୀ ପ୍ରସାଦ ସାହୁ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ ଓ ପରିଚାଳନା କରିଥିଲେ। ଡଃ ସାହୁଙ୍କ ପ୍ରେରଣା ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ସ୍ୱେଚ୍ଛାସବୀମାନଙ୍କ ପାଇଁ ଏକ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। ସୂଚନାଯୋଗ୍ୟ କି ଖରା ଦିନରେ ଥାଲାସେମିଆ ରୋଗୀ ମାନଙ୍କ ପାଇଁ ରକ୍ତ ସଂକଟ ସମୟରେ ଅଭିଭାବକ ମାନେ ରକ୍ତ ଯୋଗାଡ କରିବା ଏକ ପ୍ରକାର ଅସମ୍ଭବ ହେଉଥିବାବେଳେ ଗ୍ରୀଷ୍ମ ପ୍ରବାହ ସମୟରେ ଏଫ୍ ବି ଡି ଓ ଓ ର ଏହି ମହନୀୟ କାର୍ଯ୍ୟର ଡଃ ପରିଡା ଭୂରୀୟସି ପ୍ରଶଂଶା କହିଥିଲେ ଓ ପ୍ରତେକ ରକ୍ତଦାତାଙ୍କୁ ଏଫ୍. ବି. ଡି. ଓ. ଓ. ତରଫରୁ ସମ୍ମାନିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।