logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୋସିଆଲ ମିଡିଆରେ ପୋଷ୍ଟ - ଥାନାରେ ମାମଲା

ସୋସିଆଲ ମିଡିଆରେ ପୋଷ୍ଟ - ଥାନାରେ ମାମଲା
ବରଗଡ଼ ଜିଲ୍ଲା ଅତାବିରାରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ଉତ୍ତାପରୁ ରାଜନୈତିକ ପାଗ ଉଷ୍ମତା ବଢିଯାଇଛି l ବାକ ଯୁଦ୍ଧ ସାଙ୍ଗକୁ ସୋସିଆଲ ମିଡ଼ିଆରେ ଚାଳିଛି ଘମାଘୋଟ ଶୀତଳ ଯୁଦ୍ଧ l ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ଚାଳିଛି ସୋସିଆଲ ମିଡ଼ିଆରେ ୱାର। ଯାହାକୁ ନେଇ ଏବେ ମାମଲା ଥାନାକୁ ପହଁଛି ଳ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ କରାଯାଉଛି ବିଭିନ୍ନ ଅପପ୍ରଚାର। ଏପରି ଅଭିଯୋଗ ହୋଇଛି ଅତାବିରା ଥାନାରେ l ଏତଲା ଦେଲେ ଅତାବିରା ବିଜେପିର କର୍ମକର୍ତା। ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ମହାନନ୍ଦଙ୍କ ନାଁରେ କିଛି ଅସାମାଜିକ ବ୍ୟକ୍ତି ମିଥ୍ୟା ଫଟୋ ଓ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ଘଟଣାକୁ ନିନ୍ଦା କରିବା ସହ ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ନେବା ପାଇଁ ଥାନାଧିକାରୀଙ୍କୁ ଜଣାଇଛି ସ୍ଥାନୀୟ ଯୁବ ମୋର୍ଚା। ଅତାବିରା ଟାଉନ ସଭାପତି ଜି. ସତୀଶ ଚୌଧୁରୀଙ୍କ ନେତୃତ୍ୱରେ ବିଜେପିର ଯୁବ ମୋର୍ଚା ଟିମ ଥାନାରେ ପହଂଚି ଏଭଳି ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ହେବ ଅତାବିରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜୋରସୋରରେ ଚାଲିଛି l ଯାହାକୁ ନେଇ ବିରୋଧୀ ଓ କିଛି କୁଚକ୍ରୀ ଗୋଷ୍ଠୀ ସହି ପାରୁନାହାନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶଯାଇଛି । ଓଡିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବା ବେଳେ ଏହାକୁ ମଳିନ କରିବା ପାଇଁ ହୀନ ପ୍ରୟାସ କରାଯାଉଛି ବୋଲି ବିଜେପି କର୍ମକର୍ତା କହିଛନ୍ତି। ଅଭିଯୋଗ ପତ୍ର ଦେବା ସମୟରେ ବରଗଡ଼ ଜିଲା ଭାଜପା ଜିଲା ସମ୍ପାଦିକା ପ୍ରିୟଦର୍ଶିନୀଅର୍ଚନା ବାଗ, ମଣ୍ଡଳ ସଭାପତି ପୁଷ୍ପକ ଗାଏଗରିଆ ସମେତ ବହୁ ଯୁବ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରିୟ ଦର୍ଶନୀ ଅର୍ଚନା ବାଗ,ସୁବ୍ରତା ପାଢ଼ୀ,ପୁଷ୍ପକ ଗାୟଗାରିଆ, ଦୀପକ ରାଏ, ଅର୍ଜୁନ ବାଗ, ଜିତୁ ଭୋଇ, ଉତ୍ସମାନ ଖାଁ, ନୀଳ ମାଧବ ମହାନନ୍ଦ,ଦେବାଶିଷ ପଧାନ ପ୍ରମୁଖ ଥାନାରେ ଉପସ୍ଥିତ ଥିଲେ।

35
1300 views

Comment