logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ଶିକ୍ଷକ ବିଜୟ ମିଶ୍ର।

ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ଶିକ୍ଷକ ବିଜୟ ମିଶ୍ର।

​କେନ୍ଦୁଝର,ତା୬/୬ - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଶରୀଶପାଳ ଗ୍ରାମ ପଞ୍ଚାୟତର ମୋଟୀଟାଙ୍ଗିରି ଗ୍ରାମର ବିଜୟ କୁମାର ମିଶ୍ର, ୨୦୨୫-୨୬ ବର୍ଷ ନିମନ୍ତେ 'ପ୍ରକୃତି ବନ୍ଧୁ ପୁରସ୍କାର'ରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ପିଲା ଦିନରୁ ପିତା ସ୍ଵର୍ଗତ ଶ୍ୟାମସୁନ୍ଦର ମିଶ୍ର ଓ ମାତା ସ୍ଵର୍ଗତ ବୈଦେହୀ ମିଶ୍ରଙ୍କ ପ୍ରେରଣାରେ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟରେ ସେ ନିଜକୁ ସାମିଲ କରି ଆସୁଛନ୍ତି । ବର୍ତ୍ତମାନ ଶ୍ରୀ ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରଠାରେ ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି । ବୃକ୍ଷରୋପଣ ସହ ବିଭିନ୍ନ ଜନ ସଚେତନତା ମୂଳକ କାର୍ଯ୍ୟ କରି ସେ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । ପରିବେଶ ସୁରକ୍ଷା ସମ୍ପର୍କିତ ବିଜ୍ଞାନ ପ୍ରକଳ୍ପର ମାର୍ଗଦର୍ଶକ ଶିକ୍ଷକ ରୂପେ ସେ ଜିଲ୍ଲାରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସମ୍ମାନିତ ହୋଇଛନ୍ତି, ସେ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ତଥା କୃତୀ ଶିକ୍ଷକର ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କର ଏହି ସଫଳତାରେ ଗ୍ରାମବାସୀ ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

15
878 views

Comment