logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧର୍ମପରାୟଣା ଶାନ୍ତିଲତା ଦାଶଙ୍କ ଦ୍ବାଦଶ କ୍ରିୟା ରେ ଙ୍କ ସ୍ମୃତିଚାରଣ ସଭା ପାଳନ।

ଧର୍ମପରାୟଣା ଶାନ୍ତିଲତା ଦାଶଙ୍କ ଦ୍ବାଦଶ କ୍ରିୟା ରେ ଙ୍କ ସ୍ମୃତିଚାରଣ ସଭା ପାଳନ।

ଘସିପୁରା, ୦୬/୦୬ ଘସିପୁରା ବ୍ଲକ ଅନ୍ତର୍ଗତ ଅଳତୀ ଗ୍ରାମର କୁଳପୁରୋହିତ ତଥା ଗ୍ରାମର ଆରାଧ୍ୟା ଦେବୀ ମା ହରଚଣ୍ଡୀ ଙ୍କ ମୁଖ୍ୟ ପୁଜକ ସ୍ୱର୍ଗତ ଶତୃଘ୍ନ ଦାଶଙ୍କ ସହଧର୍ମିଣୀ ତଥା ଧର୍ମପରାୟଣା ଶାନ୍ତିଲତା ଦାଶ ଦ୍ବାଦଶ କ୍ରିୟା ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଦିନକୃଷ୍ଣ ଦାଶ ଙ୍କ ସଂଯୋଜନା ରେ ଆୟୋଜିତ ଶୋକସଭା ରେ ପ୍ରଥମେ ନିମନ୍ତ୍ରିତ ଅତିଥି ସ୍ୱର୍ଗତା ଦାଶ ଙ୍କ ଫଟୋ ଚିତ୍ର ରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ଶୋକସଭା ରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,ସମାଜସେବୀ ପ୍ରଭାତ ବରାଳ, ହରେକୃଷ୍ଣ ମହାରଣା , ପ୍ରତାପ ଦେଓ ଙ୍କସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ଶାନ୍ତିଲତା ଙ୍କ ଭଳି ଜଣେ ସୁଗୃହିଣୀ , ଧର୍ମପରାୟଣା, ପରୋପକାରୀ ମହିଳା ଙ୍କ ବିୟୋଗରେ ପରିବାର ସହ ବହୁ ବୁଦ୍ଧିଜୀବି ଶୋକସଭା ରେ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଥିଲେ।ଏହି ଶୋକସଭାକୁ ନୃସିଂହ ଚନ୍ଦ୍ର ଦାଶ ଙ୍କସହ ସମସ୍ତ ପରିବାରବର୍ଗ ପରିଚାଳନା ରେ ସହଯୋଗ କରିଥିଲେ। ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

9
647 views
1 shares

Comment