logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାମଣ୍ଡା ସେବା ସଂଘ ଦ୍ୱାରା କନକ ଦୁର୍ଗା ମନ୍ଦିର ପରିସର ସଫେଇ

ଦେବଗଡ, ତା. ୦୭.୦୬.୨୦୨୬ :- ଗତ ସପ୍ତାହର ଅନୁସରଣରେ ଏହି ସପ୍ତାହରେ ମଧ୍ୟ ବାମଣ୍ଡା ସେବା ସଂଘର କର୍ମକର୍ତ୍ତାମାନଙ୍କ ଦ୍ୱାରା କନକ ଦୁର୍ଗା ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମନ୍ଦିର ଚାରିପାଖରେ ଥିବା ଅନାବଶ୍ୟକ ଘାସ, ଗଛପଲା ଓ ଅଳିଆ-ଆବର୍ଜ୍ଜନାକୁ ସଫା କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସହାୟତା ମିଳିଛି।
ଏହି ସଫେଇ କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତାମାନେ— ପ୍ରଫୁଲ୍ଲ କୁମାର ନାଏକ, ସୁବାସ ମହାନ୍ତି, ଦିଲୀପ ବେହେରା, ପବିତ୍ର ଝାଙ୍କର, ବିଶ୍ୱରଞ୍ଜନ ସାହୁ, ଚିତ୍ତରଞ୍ଜନ ନାଏକ, ପ୍ରଦୀପ ଦାସ ଓ ପ୍ରଶାନ୍ତ କୁମାର ଭୁକ୍ତା ଉପସ୍ଥିତ ଥିଲେ।
ଆଗାମୀ ଦିନରେ ମଧ୍ୟ ଏପରି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।

1
794 views

Comment