logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜମିଜମା ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧମକ ଦେଇଥିବା ଘଟଣାର ଭିନ୍ନମୋଡ। ସମ୍ପୃକ୍ତ ମହିଳାଙ୍କ ନାମରେ ଓଲଟା ସମ୍ପର୍କୀୟଙ୍କ ଅଭିଯୋଗ।

ଜମିଜମା ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧମକ ଦେଇଥିବା ଘଟଣାର ଭିନ୍ନମୋଡ। ସମ୍ପୃକ୍ତ ମହିଳାଙ୍କ ନାମରେ ଓଲଟା ସମ୍ପର୍କୀୟଙ୍କ ଅଭିଯୋଗ।

କେନ୍ଦୁଝର,ତା୫/୬- କେନ୍ଦୁଝର, ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ କାଶୀପୁର ଗ୍ରାମରେ ଏକ ପାରିବାରିକ ଜମିଜମା ଗଣ୍ଡଗୋଳ ଏବେ ଗୁରୁତର ହେଉଥିବା ଖବର ଆସିଛି। ଏହି ବିବାଦ ସିଭିଲ କୋର୍ଟରେ ଚାଲିଥିବା ବେଳେ ପରିବାର ଲୋକେ ପରସ୍ପରକୁ ଦାୟୀ କରୁଛନ୍ତି। ତେବେ ଆଦିକନ୍ଦ ନାଏକଙ୍କ ଝିଅ ମନ୍ଦାର ନାଏକ ସବୁ ଆଡୁ ହତାଶ ହେଉଛୁ କହି କେନ୍ଦୁଝର ଜିଲ୍ଲାପାଳଙ୍କ ଦପ୍ତରରେ ଆତ୍ମହତ୍ୟା ଧମକ ଦେଇ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ଏବେ ସେହି ଗ୍ରାମର ଜଗନ୍ନାଥ ନାଏକ, ସୁରେଶ ନାଏକ, ରବି ନାଏକ, ବନମାଳୀ ନାଏକ,ଅନିରୁଦ୍ଧ ନାଏକ ଓ ସୁଶାନ୍ତ ନାଏକ ମିଳିତ ଭାବେ ଲିଖିତ ଦେଇଛନ୍ତି କି ଆମର ପାରିବାରିକ ଜମି ବିବାଦ ଭାଗ ଲାଗି ସିଭିଲ କୋର୍ଟରେ ଦୁଇବର୍ଷ ହେବ ବିଚାର ଚାଲିଥିବା ବେଳେ ଆଦିକନ୍ଦ ନାଏକଙ୍କ ଝିଅ କୋର୍ଟ ଉପରେ ଭରସା ନକରି ସବୁବେଳେ ବିବାଦ ସୃଷ୍ଟି କରୁଛି ଏପରିକି ଜମି ମାପ କରିବାକୁ ଛାଡ଼ୁନି। ବାରିଆ ଥାନା କର୍ତ୍ତୃପକ୍ଷ କିଛି ନବୁଝି ଆମ ମାନଙ୍କୁ ଆସି ଧମକଚମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ମାମଲା କୋର୍ଟରେ ଥିବା ବେଳେ ଏପରି ଆଚରଣ ଲାଗି ପରିବାରର ଅନେକ ଲୋକ ଭୟଭୀତ ଅଛନ୍ତି ତେଣୁ ମନ୍ଦାର ନାଏକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

1
743 views

Comment