GUNUPUR MLA PARTICIPATED AT PLANTATION PROGRAM
ବିଶ୍ୱ ପରିବେଶ ଦିବସ ଅବସରରେ ଗୁଡ଼ାରୀ ରେଞ୍ଜ ଏବଂ ଗୁଣୁପୁର ରେଞ୍ଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ରାମନାଗୁଡ଼ା ବ୍ଲକ ଓ ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ l ଆଜି ଆମ ପୃଥିବୀ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି। ବର୍ଦ୍ଧିତ ଜନସଂଖ୍ୟା, ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାର, ଏବଂ ଅବିଚାରିତ ଭାବେ ଗଛ କାଟିବା ଫଳରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଭଳି ଭୟଙ୍କର ସମସ୍ୟା ଦେଖାଦେଉଛି। ଆମର ଭବିଷ୍ୟତ ପିଢ଼ିକୁ ଏକ ସୁସ୍ଥ ଓ ସବୁଜ ପୃଥିବୀ ଦେବା ପାଇଁ ଆମକୁ ନିଶ୍ଚିତ ଭାବେ କିଛି ପଦକ୍ଷେପ ନେବାକୁ ପଡ଼ିବ ବୋଲି ବକ୍ତବ୍ୟ ପ୍ରକାଶ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କ ସହ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ରମାକାନ୍ତ ମାଝୀ, ବ୍ଲକ ସଭାପତି ଶ୍ରୀ ମାଝୀ ଶବର, ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଏମ ସୁରେଶ କୁମାର,ଜିଲ୍ଲା ଉପସଭାପତି ଶ୍ରୀ ରାମକୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଶ୍ରୀ ବିରେନ ସାହୁ, ଜିଲ୍ଲା ସମ୍ପାଦକ ଶ୍ରୀ ଅଡ଼ି ହେମାରାଓ, ରାମନାଗୁଡ଼ା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ପ୍ରସାଦ ରାଓ, ଚନ୍ଦନ ଗମାଙ୍ଗ,ଚିରଞ୍ଜିବି ଗାଣ୍ଟା,ରାମୂର୍ତ୍ତି କାଡ୍ରାକା, ସତ୍ୟ ଚୌଧୁରୀ,ଲଖ୍ମଣ ସାହୁଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l